Categories: ଖେଳ

ଅଡୁଆରେ ଦିଲ୍ଲୀ କ୍ରିକେଟ, ଏନ୍‌ଓସି ମାଗିଲେ ଦୁଇ ଧୁରନ୍ଧର

ନୂଆଦିଲ୍ଲୀ,୧୨।୮: ବଢ଼ିବାରେ ଲାଗିଛି ଦିଲ୍ଲୀ କ୍ରିକେଟର ଅଡୁଆ। ପୂର୍ବତନ ଅଧିନାୟକ ନୀତିଶ ରାଣା ଏବଂ ଗତ ବର୍ଷ ରଣଜୀ ଟ୍ରଫିରେ ଦଳ ତରଫରୁ ଭଲ ପ୍ରଦର୍ଶନ କରିଥିବା ଧ୍ରୁବ ଶୋରେ ଆଗାମୀ ଘରୋଇ ସିଜିନରେ ଅନ୍ୟ ଟିମ୍‌ର ପ୍ରତିନିଧିତ୍ୱ କରିବା ଲାଗି ଡିଡିସିଏଠାରୁ ଏନ୍‌ଓସି(ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ) ମାଗିଛନ୍ତି।

ପୂର୍ବରୁ ଶୋରେ ବିଦର୍ଭ କ୍ରିକେଟ ସଂଘ ପକ୍ଷରୁ ଖେଳିବା ଲାଗି ଚୁକ୍ତି କରିସାରିଥିବା ବେଳେ ରାଣା ହରିୟାଣା ଟିମ୍‌ରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷେ ଦିଲ୍ଲୀ କ୍ରିକେଟ ପକ୍ଷରୁ ତାଙ୍କୁ ରୋକାଯିବାକୁ ଚେଷ୍ଟା କରାଯିବ ବୋଲି ଆଶା କରାଯାଉଛି।

Share