Categories: ଜାତୀୟ

ବିଧାୟକଙ୍କ ଉପରେ କଟକଣା ଲଗାଇଲେ ନୀତିଶ

ପାଟନା,୨୩।୫: ଜେଡିୟୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ନୀତିଶ ସରକାର। ତିନି ଦିନ ଯାଏ ପାଟନା ବାହାରକୁ ନ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ ବିଧାୟକ ୭୨ଘଣ୍ଟା ପାଇଁ ପାଟନା ବାହାରକୁ ନ ଯିବା ପାଇଁ ନୀତିଶ କହିଛନ୍ତି। ଆଗାମୀ ୭୨ ଘଣ୍ଟା ବିହାର ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନୀତିଶଙ୍କ ଏହି ଆଦେଶ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ନୀତିଶ କିଛି ଦିନ ହେଲା ଦଳୀୟ ନେତା, ବିଧାୟକଙ୍କ ସହ ଘନଘନ ବୈଠକ କରୁଛନ୍ତି। ଏନେଇ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ, ନୀତିଶ ଭାଜପା ସହ ମେଣ୍ଟ ଛାଡ଼ି ଆରଜେଡି ସହ ମିଶି ସରକାର ଗଢି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Share