Categories: ଜାତୀୟ

ମଦ ଉପରୁ କଟକଣା ହଟାଇବାକୁ ଦାବି

ପାଟଣା,୧୬।୧: ବିହାରରେ ବିଷାକ୍ତ ମଦ କାରଣରୁ ଶନିବାର ନାଳନ୍ଦା ଜିଲାରେ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଭାଜପା ଓ ଜନତା ଦଳର ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ। ରାଜ୍ୟରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ଘଟଣା କାରଣରୁ ମଦ ଉପରୁ କଟକଣା ହଟାଇବାକୁ ଦାବି କରିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଯୁବା ମୋର୍ଚ୍ଚା।

ନାଳନ୍ଦା ଘଟଣା ଦର୍ଶାଉଛି ବିହାରର ମଦ ନିଷେଦ ଆଇନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ତୁରନ୍ତ ଏହି ଆଇନ ଉଚ୍ଛେଦ ହେବା ଦରକାର। ଯଦି କେନ୍ଦ୍ର ସରକାର କୃଷି ଆଇନ ଉଚ୍ଛେଦ କରିପାରୁଛନ୍ତି, କ’ଣ ପାଇଁ ମୁଖ୍ୟମନ୍ତ୍ରୀ ବିହାରରେ ମଦ ଉପରୁ କଟକଣା ହଟାଉ ନାହାନ୍ତି। ଯେକୌଣସି ଆଇନର ଉଚ୍ଛେଦକୁ ସମ୍ମାନର ପ୍ରସଙ୍ଗ କରିବା ଉଚିତ ନୁହେଁ। ବିଷାକ୍ତ ମଦ ବିକ୍ରି ହେଉଛି। ଗରୀବ ଲୋକେ ପ୍ରତ୍ୟେକ ଜିଲାରେ ନିଷେଦାଦେଶ ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହା ସରକାରଙ୍କ ଉପରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ହିନ୍ଦୁସ୍ତାନୀ ଅଓ୍ବାମ ମୋର୍ଚ୍ଚାର ପ୍ରବକ୍ତା ଦାନିଶ ରିଜଓ୍ବାନ କହିଛନ୍ତି।

ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)। “ବିହାରରେ ଘଟୁଥିବା ବିଷାକ୍ତ ମଦ ମୃତ୍ୟୁ ମାମଲା ପାଇଁ ନିଜକୁ ଦାୟୀ କରି ନୀତିଶ କୁମାର ତାଙ୍କ ପଦବୀରୁ ଇସ୍ତଫା ଦେବା ଉଚିତ” ବୋଲି ଆରଜେଡି ପ୍ରବକ୍ତା ଶକ୍ତି ସିଂ ଯାଦବ କହିଛନ୍ତି।

Share