Categories: ଜାତୀୟ

ରାଗିଲେ ନୀତୀଶ!

ପାଟନା,୮ ।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଧାରଣତଃ କମ୍ ରାଗିବାର ଦେଖାଯାଇଥାଏ । ହେଲେ ଗତ କିଛି ମାସ ହେବ ମଞ୍ଚ ଉପରେ ନୀତୀଶଙ୍କ ରାଗ ଦେଖିବାକୁ ମିଳୁଛି । ସୋମବାର ବିହାର ବିଧାନ ପରିଷଦ କାର୍ଯ୍ୟ ସମୟରେ ନୀତୀଶ କୁମାର ରାଷ୍ଟ୍ରୀୟ ଜନତା ଦଳର ଏମ୍‌ଏଲ୍‌ସି ସଦସ୍ୟଙ୍କ ଉପରେ ରାଗିଯାଇଛନ୍ତି । ଏହାସହ ସେ ଉ୍‌କ୍ତ ସଦସ୍ୟଙ୍କୁ ବସିବାକୁ କହି ସଦନର ନିୟମ କାନୁନ ବିଷୟରେ ଜାଣିବାକୁ କହିଥିଲେ । ସୂଚନାଯୋଗ୍ୟ, ବିଧାନ ପରିଷଦ ମଧ୍ୟରେ ଯେତେବେଳେ ତାରାଙ୍କିତ ପ୍ରଶ୍ନର ଉତ୍ତର ଦେବା କାର୍ଯ୍ୟକ୍ରମ ଚାଲିଥିଲା ସେତେବେଳେ ଆର୍‌ଜେଡି ସଦସ୍ୟ ଠିଆ ହୋଇ ଯାଇଥିଲେ ଓ ଆଉ ଏକ ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ । । ଏହାକୁ ଦେଖି ନୀତୀଶ ରାଗିଯିବା ସହ ତାଙ୍କୁ ବସିବାକୁ କହିଥିଲେ ।

Share