Posted inଜାତୀୟ

ବିହାର ବିଧାନସଭା: ବାଚସ୍ପତି ପଦକୁ ନେଇ ଏନ୍‌ଡିଏରେ ଉଠିପାରେ ଝଡ଼

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଆସନରେ ନୀତୀଶ କୁମାର ବସିବା ନେଇ ଏକ ପ୍ରକାର ସ୍ଥିର ହୋଇ ଯାଇଛି କହିଲେ ଚଳେ । ଏବେ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ବାଚସ୍ପତି ପଦକୁ ନେଇ ଏଡ଼୍‌ଡିଏରେ ଝଡ଼ ଉଠିପାରେ ବୋଲି ଅନୁମାନ କରାଯାଉଛି । କାରଣ ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବହୁମତ ନ ମିଳିଥିଲେ ବି ବଡ ଦଳ ଭାବେ ସେ ଉଭା ହୋଇଛି । ଏପଟେ ଏନ୍‌ଡିଏରେ ଜେଡିୟୁର ଭୂମିକା ବି ରହିଛି ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜେଡିୟୁରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯାଇଥିବା ବେଳେ ବାଚସ୍ପତି ପଦ ପାଇଁ ଉଭୟ ଦଳର ନଜର ରହିବ ବୋଲି କୁହାଯାଉଛି । କାରଣ ବିହାର ବିଧାନସଭା ଅଧ୍ୟକ୍ଷ ବିଜୟ ଚୌଧୁରୀ ଜେଡିୟୁ ଟିକେଟରୁ ଜିତିଛନ୍ତି । ଏହାସହ ସେ ନୀତୀଶଙ୍କ ପାଖ ଲୋକ ବୋଲି କୁହାଯାଉଛି । ୨୦୧୫ରେ ଜେଡିୟୁ ମହାମେଣ୍ଟ ସହ ମିଶି ମାତ୍ର ୧୦ ଆସନରେ ବିଜୟି ହୋଇଥିଲେ ବି ବାଚସ୍ପତି ପଦ ଛାଡି ନ ଥିଲା । ଯେତେବେଳେ କି ଲାଲୁ ପ୍ରସାଦ ଯାଦବ ଆର୍‌ଜେଡିର କୌଣସି ନେତାଙ୍କୁ ଏହି ପଦରେ ଦେଖିବାକୁ ଚାହୁଁଥିଲେ । ବିହାରରେ ଏଥର ବି ନିର୍ବାଚନ ଫଳାଫଳ ଏମିତି ଆସିଛି ଯେ କୌଣସି ଦିଳ ନିକଟରେ ବହୁମତ ନାହିଁ । ଏନ୍‌ଡିଏ ୧୨୫, ମହାମେଣ୍ଟ ୧୧୦ ଓ ଅନ୍ୟ ୮ ଆସନରେ ବିଜୟୀ ହୋଇଛନ୍ତି । ଆର୍‌ଜେଡି ସବୁଠାରୁ ବଡ ଦଳ ହୋଇଥିବା ବେଳେ ଭାଜପା ଦ୍ୱିତୀୟ ନମ୍ବରରେ ରହିଛି । ଏନ୍‌ଡିଏ ବହୁମତ ପାଇବାକୁ ହେଲେ ଜିତନରାମ ମାଂଝିଙ୍କ ଏଚ୍‌ଏଏମ୍ର ୪ ଓ ଭିଆଇପିର ୪ ଜଣଙ୍କୁ ସାଙ୍ଗରେ ନେବାକୁ ପଡିବ । ଅନ୍ୟପଟେ ନୀତୀଶଙ୍କ ପାଇଁ ବି ଏଥର ସବୁକିଛି ସରଳ ହେବ ନାହିଁ ବୋଲି କୁହାଯାଉଛି । ଯଦିଓ ସେ ଭାଜପା ସହ ମିଶି ସରକାର ଚଳାଉଛନ୍ତି ହେଲେ ଏଥର ଆଉ ୪ ସହଯୋଗୀ ଦଳ ରହିଛନ୍ତି । ଏହାସହ ଭାଜପା ଏଥର ଜେଡିୟୁଠାରୁ ଅଧିକ ଆସନରେ ବିଜୟୀ ହୋଇଛି । ପୁଣି ଛୋଟ ଦଳ ଗୁଡିକ ଯଦି ଏପଟ ସେପଟ ହୋଇ ଯାଆନ୍ତି ତେବେ ସବୁଚିତ୍ର ବଦଳିଯାଇପାରେ । ଏଭଳି ସ୍ଥିତିରେ ବିଧାନସଭା ବାଚସ୍ପତି ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କୁହାଯାଉଛି ଏଥର ଯେଉଁ ଦଳର ନେତା ବାଚସ୍ପତି ହେବେ ତା’ର ଓଜନ ବେଶି ରହିବ । ଏହା ପୂର୍ବରୁ କର୍ନାଟକ ଓ ମଧ୍ୟପ୍ରଦେଶରେ ଅପରେଶନ ଲୋଟସ୍ ସମୟରେ ବାଚସ୍ପତିଙ୍କ ସାମ୍ବିଧାନିକ ଶକ୍ତି ସାରା ଦେଶ ଦେଖି ସାରିଛି । ଭାଜପା ବାରମ୍ବାର କହୁଛି ନୀତୀଶ ହେବେ ଏଥର ବିହାରର ମୁଖ୍ୟମନ୍ତ୍ରୀ ହେଲେ ବିଧାନସଭା ଅଧ୍ୟକ୍ଷ ପଦ କାହା ନିକଟକୁ ଯିବ ତାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ଚର୍ଚ୍ଚା ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri