Categories: ଜାତୀୟ

ବିହାରରେ ୧୧ ଜିଲାର ୭୮୪୧ ଗାଁକୁ ମରୁଡି ଘୋଷଣା କଲେ ସରକାର, ପ୍ରତି ପରିବାରକୁ ସହାୟତା ଦେବେ ନୀତୀଶ

ପାଟନା,୧୪ ।୧୦: ବିହାରର ୧୧ ଜିଲାରେ ଥିବା ୭୮୪୧ ଗାଁକୁ ମରୁଡି ଘୋଷଣା କରିବା ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ମାରିଛି । ଏବେ ଏହି ଗାଁର ପ୍ରତି ପରିବାରକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରଙ୍କ ପକ୍ଷରୁ ବଡ ଧରଣର ସହାୟତା ଯୋଗାଇ ଦିଆଯିବ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମରୁଡି ଘୋଷିତ ସମସ୍ତ ଗାଁର ପ୍ରତି ପରିବାରକୁ ବିଶେଷ ସହାୟତା ଭାବେ ରାଜ୍ୟ ସରକାର ୩୫୦୦ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ ।
ମୁଖ୍ୟ ସଚିବ ଡା. ଏସ ସିଦ୍ଧାର୍ଥ କହିଛନ୍ତି ୧୧ ଜିଲାର ୯୬ଟି ବ୍ଲକର ୯୩୭ ପଞ୍ଚାୟତରେ ୭୮୪୧ରେ ମରୁଡି ପରିସ୍ଥିତି ଘୋଷଣା କରାଯାଇଛି । ଏହିସବୁ ଅଞ୍ଚଳରେ କମ୍ ବର୍ଷା ଯୋଗୁ ୭୦ ପ୍ରତିଶତରୁ କମ୍ ଅଞ୍ଚଳରେ ଫସଲ ଅମଳ ହୋଇଛି । ତେଣୁ ଏଭଳି ପରିସ୍ଥିତିରେ ସମସ୍ତ ପରିବାରକୁ ସହାୟତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Share