Categories: ଜାତୀୟ

ଭାଜପାକୁ ଦୋଷ ଦେଲେ ନୀତୀଶ!

ପାଟନା,୯ ।୧: ବିହାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ସହଯୋଗୀ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦୋଷ ଦେଇଛନ୍ତି । ସେ କହିଛନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିହାରରେ ପୂର୍ବରୁ ଏମିତି ହୋଇ ନ ଥିଲା ବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଏତେ ବିଳମ୍ବ ହୋଇ ନ ଥିଲା । ଆରମ୍ଭରୁ ହିଁ ଆମେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରି ଦେଇଥାଉ । ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ନୀତୀଶ କହିଛନ୍ତି ଗୁରୁବାର ବିହାର ଭାଜପାର ପ୍ରଭାରି ଭୁପେନ୍ଦ୍ର ଯାଦବ ଓ ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲଙ୍କ ସହ ସେ ସାକ୍ଷାତ୍ କରିଥିଲେ ହେଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବା କୌଣସି ପ୍ରକାର ରାଜନୈତିକ ଚର୍ଚ୍ଚା ସେଠାରେ ହୋଇ ନ ଥିଲା । ତେଣୁ ଯେପର୍ଯ୍ୟନ୍ତ ଭାଜପାର ରାୟ ଆସିନାହିଁ ସେପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇ ପାରିବ ନାହିଁ । ଭାଜପା ରିପୋର୍ଟ ଆଧାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ନୀତୀଶ କହିଛନ୍ତି । ସୂଚନାଯୋଗ୍ୟ, ଭାଜପା ସହ ମିଶି ସରକାର ଗଠନ କରିଥିବା ନୀତୀଶ କୁମାର ବେଳେ ବେଳେ ଅଡୁଆରେ ପଡୁଥିବା ଲକ୍ଷ୍ୟ କରାଯାଉଛି । ପ୍ରତ୍ୟେକ୍ଷ ଭାବେ ନ ହେଲେ ବି ପରୋକ୍ଷରେ ସେ ସହଯୋଗୀ ଭାଜପାକୁ ଦୋଷାରୋପ କରି ଆସୁଛନ୍ତି ।

Share