Categories: ଜାତୀୟ

ନୀତୀଶ-ତେଜସ୍ବୀଙ୍କ ମଝିରେ ପଡ଼ିଥିବା ଖାଲି ଚୌକି କହୁଛିି ମେଣ୍ଟ ଭାଙ୍ଗିବାର କାହାଣୀ

ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପଲଟୁରାମ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚାରେ। ସେ ପୁଣିଥରେ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ହାତ ଛାଡ଼ି ଭାଜପା ସହ ମେଣ୍ଟ କରିବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକି ଆର୍‌ଜେଡି-ଜେଡିୟୁ ମେଣ୍ଟ ଭାଙ୍ଗିବା ପ୍ରସଙ୍ଗକୁ ସ୍ପଷ୍ଟ କରୁଛି।

ଶୁକ୍ରବାର ଗଣତନ୍ତ୍ର ଦିବସ ଉପଲକ୍ଷେ ଆସିଥିବା ଏକ ଫଟୋରେ ନୀତୀଶ ଏବଂ ତେଜସ୍ବୀ ଯାଦବଙ୍କ ମଝିରେ ଗୋଟିଏ ଚୌକି ଖାଲି ଥିବା ଦେଖାଯାଉଛି। ପୂର୍ବରୁ କେବେହେଲେ ଦୁହିଁଙ୍କ ଚୌକି ଅଲଗା ପଡ଼ୁ ନ ଥିଲା। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉଭୟ ଏକାଠି ନଜର ଆସୁଥିଲେ।

ରିପୋର୍ଟ ଅନୁଯାୟୀ, ବିହାରରେ ଜେଡିୟୁ ସହ ଭାଜପାର ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏନେଇ ଘୋଷଣା ହୋଇପାରେ। ଭାଜପା ପକ୍ଷରୁ ଅମିତ ଶାହା ଆଲୋଚନାର ନେତୃତ୍ୱ ନେଉୁଛନ୍ତି। ଦିଲ୍ଲୀରେ ଘନ ଘନ ମିଟିଂ ହେଉଛି। ପ୍ରଥମେ ଭାଜପା ମୁଖ୍ୟମନ୍ତ୍ରୀ ପଦ ନେବା ପରେ ଜେଡିୟୁ ସହ ମେଣ୍ଟ କରିବ ବୋଲି କୁହାଯାଉଥିଲା। ହେଲେ ଏବେ ପୁର୍ବଭଳି ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଶୁଣିବାକୁ ମିଳୁଛି।

Share