Categories: ଜାତୀୟ

ମଦ ବ୍ୟବସାୟ ଛାଡିଲେ ନୀତୀଶ ସରକାର ଦେବେ ଏକ ଲକ୍ଷ ଟଙ୍କା…

ପାଟନା,୨୬।୧୧ : ମଦମୁକ୍ତ ବିହାର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ମଦ ବ୍ୟବସାୟ ଛାଡୁଥିବା ଲୋକଙ୍କୁ ସରକାର ଅନ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ଏକ ଲକ୍ଷ୍ୟ ଟଙ୍କା ପ୍ରଦାନ କରୁଛନ୍ତି।

ଇତିମଧ୍ୟରେ ସରକାରଙ୍କ ମଦମୁକ୍ତ ବିହାର ଯୋଜନାରେ ୧.୪୭ ଲକ୍ଷ ଲୋକ ଉପକୃତ ହୋଇ ପାରିଛନ୍ତି। ଦେଶୀ ମଦ ଏବଂ ତାଡ଼ତି ବେପାର ବନ୍ଦ କରି ଲୋକେ ଗାଈ ପାଳନ, ଛେଳି ପାଳନ, କୁକୁଡ଼ା ପାଳନ, ମହୁ ଉତ୍ପାଦନ ଆଦି ଛୋଟ ବ୍ୟବସାୟ ଆରମ୍ଭ କରିବାରେ ଲାଗିଥିବା ନୀତିଶ କୁମାର କହିଛନ୍ତିି। ଏହି ଯୋଜନା ୨୦୧୧ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିଲା।

ସମାଜରେ ୯୦ ପ୍ରତିଶତ ଲୋକ ହେଉଛନ୍ତି ଭଲ ସ୍ବଭାବର। ଅବଶିଷ୍ଟ ୧୦ ପ୍ରତିଶତ ଲୋକଙ୍କ ଯୋଗୁ ବିଭିନ୍ନ ବେଆଇନ କାର୍ଯ୍ୟ କରାଯାଇଥାଏ। ଏଭଳି ଲୋକଙ୍କୁ ପୁଣି ସମାଜର ମୁଖ୍ୟ ଧାରାରେ ସାମିଲ କରାଇବା ଲାଗି ବିହାର ସରକାର ଏହି ଯୋଜନା ଆପଣେଇଥିବା ନୀତୀଶ କହିଛନ୍ତି।

Share