Odisha Elections 2024
Posted inଜାତୀୟ

ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ…

ପାଟନା,୨୭।୧ : ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ.ସି .ତ୍ୟାଗୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଂଗ୍ରେସ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏବେ ଇଣ୍ଡିଆ ଭୁଶୁଡ଼ିବାକୁ ଯାଉଛି। ନୀତୀଶ ଜାଣି ସାରିଛନ୍ତି “ସର୍ବଶକ୍ତିମାନ” ଭାଜପା ବିରୋଧରେ ଲଢ଼ିବାକୁ ଇଣ୍ଡିଆ ସକ୍ଷମ ନୁହେଁ।

ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ବିହାରରେ ଇଣ୍ଡିଆର ସହଯୋଗୀ ପ୍ରାୟତଃ ଶେଷ ହୋଇଛନ୍ତି। କଂଗ୍ରେସ ବାରମ୍ବାର ନୀତୀଶଙ୍କୁ ଅପମାନିତ କରିଥିଲା। ଶେଷରେ ନୀତୀଶ ଏଭଳି ପଦକ୍ଷେପ ଗ୍ରହଣ କଲେ।

ପାଟନାରେ ଅନେକ ଦଳଙ୍କୁ ଏକାଠି କରିବାରେ ନୀତୀଶ ସଫଳ ହୋଇଥିଲେ ମଧ୍ୟ ସମଗ୍ର ପ୍ରକ୍ରିୟା ଏତେ ମନ୍ଥର ହୋଇଥିଲା ଯେ ଲୋକସଭା ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ନେତୃତ୍ୱ ଏବଂ ଏଜେଣ୍ଡା ଉପରେ ଇଣ୍ଡିଆ ପକ୍ଷରୁ କୌଣସି ବୈଠକ କରାଯାଇ ନ ଥିଲା। ତେଣୁ ବିହାରରେ ଶାସକ ‘ଗ୍ରାଣ୍ଡ ଆଲାଇନ୍ସ’ ଛାଡି ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସକୁ ଫେରିବାକୁ ଯୋଜନା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ଶନିବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ...

ୟୁପି, ଦିଲ୍ଲୀରେ କମ୍‌ ଭୋଟିଂ ଭାଜପାକୁ କ୍ଷତି

ନୂଆଦିଲ୍ଲୀ,୨୬ା୫ଲୋକ ସଭା ନିର୍ବାଚନ ଶେଷହେବାକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ଥିବାବେଳେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଏବଂ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମତଦାନ...

ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଆଖି ବୁଜିଲେ ୭ ନବଜାତକ, ଅନେକ ଗୁରୁତର

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ସେହିଭଳି ଅନେକଙ୍କ...

ଭାରତୀୟ ମହକାଶଚାରୀଙ୍କୁ ତାଲିମ ଦେବ ନାସା

ଓ୍ବାଶିଂଟନ,୨୫ା୫:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍‌ଏସ୍‌)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ।...

ରାଜସ୍ଥାନର ଫଲୋଡ଼ିରେ ତାପମାତ୍ରା ୫୦ ଟପିଲା

ଜୟପୁର,୨୫ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଫଲୋଡ଼ିରେ ଶନିବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି। ଶୁକ୍ରବାର...

କେଜରିଓ୍ବାଲଙ୍କ ଗିରଫବେଳେ କାହିଁକି ନିଖୋଜ ଥିଲେ ସ୍ବାତୀ ମାଲିଓ୍ବାଲ, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୫।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲ ନିକଟରେ ବିବାଦ ଘେରରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫବେଳେ ସେ...

ଆସୁଛି ବାତ୍ୟା ’ରେମାଲ’: ଆସନ୍ତାକାଲି ମଧ୍ୟାହ୍ନରୁ କୋଲକାତା ବିମାନବନ୍ଦର ୨୧ ଘଣ୍ଟା ପାଇଁ ବନ୍ଦ

କୋଲକାତା,୨୫ା୫: ବାତ୍ୟା ’ରେମାଲ ପ୍ରଭାବ ପାଇଁ ପଶ୍ଚିମବଙ୍ଗ ରବିବାର ଦିନ ୧୨ ଟା ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୨୧ ଘଣ୍ଟା ପାଇଁ...

ଗେମିଂ ଜୋନ୍‌ରେ ନିଆଁ: ୨୦ ମୃତକଙ୍କ ମଧ୍ୟରେ ଅଛନ୍ତି ୧୨ ଶିଶୁ

ଗାନ୍ଧୀନଗର,୨୫ା୫: ଗୁଜରାଟର ରାଜକୋଟସ୍ଥିତ ଏକ ଗେମିଂ ଜୋନ୍‌ରେ ଶନିବାର ନିଆଁ ଲାଗିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri