Categories: ଜାତୀୟ

ରାଜନୈତିକ ସ୍ବାର୍ଥ ପାଇଁ ଜାତିଗତ ଜନଗଣନା କରିଛନ୍ତି ନୀତୀଶ: ଚିରାଗ ପାସଓ୍ବାନ…

ପାଟନା,୪।୧୦ : ବିହାର ସରକାର ଜାତି ଭିତ୍ତିକ ଗଣନାକୁ ସାର୍ବଜନୀନ କରିଛନ୍ତି, କିନ୍ତୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏଲଜେପି (ରାମ ବିଲାସ) ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଏହି ଗଣନାରେ କେତେକ ଜାତିର ସଂଖ୍ୟା ସରକାରଙ୍କ ପକ୍ଷରୁ ଜାଣିଶୁଣି ବୃଦ୍ଧି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ସେହିଭଳି କେତେକ ଜାତିର ସଂଖ୍ୟା ହ୍ରାସ କରିବା କାର୍ଯ୍ୟ କରାଯାଇଛି।

ପାସୱାନ ଜାତିର ସଂଖ୍ୟାକୁ କମ କରାଯାଇଛି। ରାଜନୈତିକ ସ୍ବାର୍ଥ ପାଇଁ ବିହାର ସରକାର ଏହି ଗଣନା କରିଛନ୍ତି ଯାହା ଦ୍ୱାରା ନିର୍ବାଚନରେ ରାଜନୈତିକ ଲାଭ ପାଇପାରିବେ। ତେବେ ଜାତି ଭିତ୍ତିକ ଜନଗଣନାକୁ ନିରପେକ୍ଷ ଭାବରେ କରାଯିବା ଉଚିତ ଥିଲା। ଯାହା ଦ୍ୱାରା ସମସ୍ତ ବର୍ଗର ଲୋକଙ୍କ ସଠିକ ତଥ୍ୟ ଉପସ୍ଥାପିତ ହୋଇପାରିବ।

ରାଜନୈତିକ ଲାଭ ପାଇଁ ବିହାର ସରକାରଙ୍କ ଜାତି ଭିତ୍ତିକ ଗଣନା ଗ୍ରହଣୀୟ ନୁହେଁ। ଏଥିରେ ଆହୁରି ଅନେକ ଉନ୍ନତି କରିବାର ଆବଶ୍ୟକତା ଅଛି। ଜାତିଗତ ଜନଗଣନା ପୁନର୍ବାର କରାଯିବା ଉଚିତ ଏବଂ ଏହାକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ସହିତ ଉପସ୍ଥାପନ କରାଯିବା ଉଚିତ ବୋଲି କ୍‌ଲୋକ ଜନଶକ୍ତି ପାର୍ଟି ଦାବି କରିଛି।

Share