Advertisement
Posted inଜାତୀୟ

ଆରଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନୀତୀଶ

ପାଟନା,୧।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସହଯୋଗୀ ଆରଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମୋକାମା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ଆରଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି। ସେ ଏକ ଭିଡିଓ ଜରିଆରେ ମୋକାମା ବିଧାନସଭା ନିର୍ବାଚନମଣ୍ଡଳୀବାସୀଙ୍କୁ କହିଥିଲେ ଯେ, ସେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ମୋକାମା ଆସିଥାନ୍ତେ, କିନ୍ତୁ ସ୍ବାସ୍ଥ୍ୟଗତ କାରଣରୁ ସେ ତାହା କରିପାରି ନ ଥିଲେ। ଦେଢ ଼ ମିନିଟର ଏହି ଭିଡିଓରେ ସେ ମୋକାମା ଅଞ୍ଚଳର ଲୋକଙ୍କ ସହ ତାଙ୍କର ପୁରୁଣା ସଙ୍ଗଠନକୁ ମଧ୍ୟ ମନେ ପକାଇଥିଲେ। ନଭେମ୍ବର ୩ରେ ମୋକାମା ଏବଂ ଗୋପାଳଗଞ୍ଜ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଆରଜେଡି ବିଧାୟକ ଭାବରେ ଅନନ୍ତ ସିଂ ଅଯୋଗ୍ୟ ଘୋଷଣା ପରେ ମୋକାମାରେ ଉପନିର୍ବାଚନ ଆବଶ୍ୟକ ଥିଲା। ତାଙ୍କ ସ୍ତ୍ରୀ ଏହି ଆସନରେ ଲଢୁଛନ୍ତି। ସେହିପରି ଭାଜପା ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ଗୋପାଳଗଞ୍ଜ ଆସନ ଖାଲି ପଡିଛି।
ସୂଚନାଯୋଗ୍ୟ, ଅନନ୍ତ ସିଂଙ୍କ ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯାହା ପରେ ସେ ଚଳିତ ବର୍ଷ ପ୍ରାରମ୍ଭରେ ବିଧାନସଭା ସଦସ୍ୟ ଭାବରେ ଅଯୋଗ୍ୟ ହୋଇଥିଲେ। ଏହି ଉପନିର୍ବାଚନରେ ଆରଜେଡି ତାଙ୍କ ସ୍ତ୍ରୀ ନୀଲମ ଦେବୀଙ୍କୁ ପ୍ରାର୍ଥୀ କରିଛି। ଏଥି ସହିତ ୨୭ ବର୍ଷ ବ୍ୟବଧାନ ପରେ ଭାଜପା ଏହି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବ ସଂକ୍ରମଣ…

ନୂଆଦିଲ୍ଲୀ, ୨୩।୧ : ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି। ତୃତୀୟ ଲହର ଆଉ ୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବାର ଆଶଙ୍କା ରହିଛି...

ସିଲିଣ୍ଡର ବିସ୍ଫୋରଣ: ୫ ଜୀବନ୍ତ ଦଗ୍ଧ

ପାଟନା,୧୫।୩: ବିହାରର କିଶନଗଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି।...

‘ଦଳର ଆଦେଶ ସର୍ବୋପରି’

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଦେବେନ୍ଦ୍ର ଫଡନବିସ୍‌ ଟୁଇଟ କରିଛନ୍ତି। ଟୁଇଟ କରି ସେ ଲେଖିଛନ୍ତି, ଜଣେ ପ୍ରାମାଣିକ କର୍ମକର୍ତ୍ତା ଭାବେ...

ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଳବିକା

ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସବୁ ରାଜନୈତିକ ପାର୍ଟି ଅଣ୍ଟା ଭିଡିଥିବା ବେଳେ କିଛି...

ଶେଷ ହୋଇନି ମହାମାରୀ: କମଲ ହାସନ

ମୁମ୍ବାଇ,୨୨ ।୧୧: ବଲିଉଡ ଅଭିନେତା କମଲ ହାସନଙ୍କ ପ୍ରଶଂସକଙ୍କ ପାଇଁ ଏକ ଚମକାଇବା ଭଳି ଖବର ଆସିଛି । ଅଭିନେତା ନିକଟରେ ଆମେରିକାରୁ ଫେରିଥିବା ବେଳେ...

ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ

ଶ୍ରୀନଗର, ୨୬।୧: ଗଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ପରେ...

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ପୁଲଓ୍ବମା ଜିଲାରେ ବୁଧବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ତ୍ରାଲ୍‌ ଅଞ୍ଚଳର ନାଗବଳ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ...

ଭାରତଛାଡ଼ ଆନ୍ଦୋଳନର ୭୭ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ,୯।୮: ଭାରତଛାଡ଼ ଆନ୍ଦୋଳନ ତଥା ଅଗଷ୍ଟ କ୍ରାନ୍ତି ଦିବସର ୭୭ତମ ବାର୍ଷିକୀ ଗୁରୁବାର ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

Advertisement
Archives

Model This Week