Categories: ଜାତୀୟ

ବିଧାୟକଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁଃଖି, କେବେ ଚାଲିଯିବ ପଦ: ଗଡକରୀ

ନୂଆଦିଲ୍ଲୀ,୧୪ ।୯: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ନିଜର ବେକାକୁ ବୟାନକୁ ନେଇ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ସୋମବାର ରାଜସ୍ଥାନ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରି ଏମିତି ଏକ କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି । ଗଡକରୀ କହିଛନ୍ତି ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଓ ମୁଖ୍ୟମନ୍ତ୍ରୀମାନେ ବେଶୀ ଭୟଭିତ ଅଛନ୍ତି । କାରଣ ଜଣାନାହିଁ କେତେବେଳେ ପଦ ଚାଲିଯିବ । ଗୋଟିଏ ଦିନ ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଭାଜପା ବିଦା କରି ତାଙ୍କ ସ୍ଥାନରେ ଭୁପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ଗଡକରୀ ଏଭଳି ବୟାନ ଦେଇଛନ୍ତି । ଗଡକରି କହିଛନ୍ତି, ଆଜିକାଲି ସମସ୍ତଙ୍କୁ ସମସ୍ୟା ରହିଛି, ବିଧାୟକ ଦୁଃଖି କାରଣ ତାଙ୍କୁ ମନ୍ତ୍ରୀ ପଦ ମିଳିଲା ନାହିଁ, ମନ୍ତ୍ରୀ ଦୁଃଖି କାରଣ ତାଙ୍କୁ ଭଲ ବିଭାଗ ମିଳିଲା ନାହିଁ, ଭଲ ବିଭାଗ ମିଳିଥିବା ମନ୍ତ୍ରୀ ଦୁଃଖି କାରଣ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ନାହିଁ, ମୁଖ୍ୟମନ୍ତ୍ରୀ ମାନେ ସବୁଠାରୁ ବେଶୀ ଦୁଃଖି କାରଣ ସେମାନଙ୍କୁ ଜଣାନାହିଁ କେତେବେଳେ ତାଙ୍କ ପଦ ଚାଲିଯିବ ଭରସା ନାହିଁ ।

Share