Categories: ଜାତୀୟ

ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘର ଉପରେ ବୁଲଡୋଜର ଚଲାଇ ଦେଇଥିଲେ ଗଡକରି

ସୋହନା,୧୬ ।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ କିପରି ଚାଲିଛି ଏହା ଜାଣିବା ପାଇଁ ଗୁରୁବାର ସୋହନା ପହଞ୍ଚିଥିଲେ । ଏହି ଅବସରରେ ସେ ତାଙ୍କର ଏକ ଅନୁଭୁତି ଜନସାଧାରଣଙ୍କ ସହ ଶେୟାର କରିଛନ୍ତି । ସେ କହିଲେ ଯେତେବେଳେ ମୁଁ ନୂଆ ନୂଆ ବିବାହ କରିଥିଲି ସେତେବେଳେ ଏକ ପରିଯୋଜନା ସମୟର ଶ୍ୱଶୁରଙ୍କ ଘର ରାସ୍ତା ମଝିରେ ଆସିଯାଉଥିଲା । ଏହା ଏକ ବଡ ସମସ୍ୟା ଥିଲା । ରାସ୍ତା ଉପରେ ଘର ଥିବାରୁ ଲୋକଙ୍କ ଯାତାୟତରେ ବହୁ ଅସୁବିଧା ହେଉଥିଲା । ତେବେ ଏହି ପରିଯୋଜନା ଅଧିନରେ ସାଧାରଣ ଲୋକଙ୍କ ଘର ଭଙ୍ଗାଯାଉଥିବା ବେଳେ ମୁଁ କିନ୍ତୁ ଶ୍ୱଶୁର ଘର ଭାଙ୍ଗିବା ପାଇଁ ଧର୍ମ ସଙ୍କଟରେ ପଡି ଯାଇଥିଲି । ହେଲେ ପତ୍ନୀଙ୍କୁ ନ ଜଣାଇ ମୁଁ ମୋର ଧର୍ମ ପାଳନ କରି ଶ୍ୱଶୁର ଘର ଉପରେ ବୁଲଡୋଜର ଚଲାଇ ଦେଇଥିଲି । ଫଳରେ ଲୋକଙ୍କ ଯାତାୟତ ଠିକ୍ ହୋଇଯାଇଥିଲା ବୋଲି ଗଡକରି ହସି ହସି କହିଥିଲେ ।

Share