Categories: ଜାତୀୟ

ଗଡକରିଙ୍କ ବଡ ଘୋଷଣା- ୧୫ ବର୍ଷ ପରେ ସଡ଼କରେ ଦୌଡିବ ନାହିଁ ସରକାରୀ ଯାନ

ନୂଆଦିଲ୍ଲୀ,୨୫ ।୧୧: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରି ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ସଡ଼କରେ ଦୌଡୁଥିବା ୧୫ ବର୍ଷ ପୁରୁଣା ସରକାରୀ ଯାନକୁ ସ୍କ୍ରାପରେ ପରିବର୍ତ୍ତନ କରି ଦିଆଯିବ । ସରକାର ଖୁବଶୀଘ୍ର ଏହି ନିୟମ ଆଣିବାକୁ ଯାଉଛନ୍ତି । ଏହାଦ୍ୱାରା ୧୫ ବର୍ଷ ପୁରୁଣା ଗାଡିକୁ ଆଉ ସଡ଼କରେ ଚଲାଇବାକୁ ଅନୁମତି ଦିଆଯିବ ନାହିଁ । ଯଦି ଏମିତି କିଛି ଗାଡି ନଜରକୁ ଆସିବ ତେବେ ଏହାକୁ ତୁରନ୍ତ ସ୍କ୍ରାପରେ ବଦଳାଇ ଦିଆଯିବ । ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରି କହିଛନ୍ତି, ଭାରତ ସରକାରଙ୍କ ୧୫ ବର୍ଷ ପୁରୁଣା ଯାନ ଆଉ ସଡ଼କରେ ଚାଲି ପାରିବ ନାହିଁ । ଭାରତ ସରକାର ଏହି ନୀତି ସମସ୍ତ ରାଜ୍ୟକୁ ପଠାଇ ଦେଇଛନ୍ତି । ରାଜ୍ୟ ସରକାର ବି ତାଙ୍କ ଅଧିନରେ ଥିବା ବିଭାଗରେ ୧୫ ବର୍ଷ ପୁରୁଣା ବସ, ଟ୍ରକ ଓ କାରକୁ ବନ୍ଦ କରିଦେବା ଦରକାର ।
ସୂଚନାଯୋଗ୍ୟ, ପୂର୍ବରୁ ସରକାର ଏହି ନିୟମ ଲାଗୁ କରି ସାରିଛନ୍ତି । ଏହା ଅନ୍ତର୍ଗତ ରାଜଧାନୀ ଦିଲ୍ଲୀ-ଏନସିଆରରେ ୧୦ ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡି ଚଲାଇବାରେ ପ୍ରତିବନ୍ଧକ ଲାଗିଛି ।

Share