Posted inଜାତୀୟ

ସାମ୍ନାକୁ ଆସିଲା ଭାରତର ପ୍ରଥମ ହାଇଡ୍ରୋଜେନ କାର: ସଂସଦ ଯାଏ ଯାତ୍ରା କଲେ ଗଡ଼କରୀ

ନୂଆଦିଲ୍ଲୀ,୩୦ା୩: ବର୍ତ୍ତମାନ ଖୁବ୍‌ଶୀଘ୍ର ଭାରତୀୟ ରାସ୍ତାରେ ହାଇଡ୍ରୋଜେନ କାରକୁ ଦେଖିବାକୁ ମିଳିବ। ବହୁ ପ୍ରତୀକ୍ଷିତ ପ୍ରଥମ ହାଇଡ୍ରୋଜେନ କାର ଭାରତରେ ନିଜର ଯାତ୍ରା ଆରମ୍ଭ କରିଛି। ଏହାର ପ୍ରଥମ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ବୁଧବାର ଏହି ଉନ୍ନତ ଧରଣର କାରରେ କେନ୍ଦ୍ର ମନ୍ତ୍ରୀ ସଂସଦ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏହି ସମୟରେ ସ୍ବଚ୍ଛ ଇନ୍ଧନରେ ଚାଲୁଥିବା ଏହି କାରଟି ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଟୟୋଟା କମ୍ପାନୀର ପାଇଲଟ ପ୍ରୋଜେକ୍ଟ ଅଧୀନରେ ଏହି କାର୍‌ ତିଆରି କରାଯାଇଛି ଏବଂ ଏଥିରେ ଉନ୍ନତ ଇନ୍ଧନ ସେଲ୍‌ ଲଗାଯାଇଥିବା ଜଣାପଡ଼ିଛି। ଏହି ଉନ୍ନତ ସେଲ୍‌ ଅକ୍ସିଜେନ ଓ ହାଇଡ୍ରୋଜେନର ମିଶ୍ରଣରୁ ବିଦ୍ୟୁତ୍‌ ଉତ୍ପାଦନ କରିଥାଏ। ଏହାଦ୍ୱାରା କାର ପରିଚାଳିତ ହୋଇଥାଏ। ଅନ୍ୟପଟେ ଏହି କାରଟି ପରିବେଶ ପାଇଁ ବେଶ୍‌ ଅନୁକୂଳ ହେବା ସହ କୌଣସି ପ୍ରକାର ପ୍ରଦୂଷଣ ବିସ୍ତାର କରେ ନାହିଁ ବୋଲି ନୀତିନ ଗଡକରି କହିଛନ୍ତି। ଏତଦ୍‌ ବ୍ୟତୀତସେ କହିଛନ୍ତି, ଏହି କାର ହେଉଛି ଭାରତର ଭବିଷ୍ୟତ। ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଥିବା କାରଗୁଡିକ ଅନେକ ପ୍ରଦୂଷଣର କାରଣ ହୋଇଥାଏ। କିନ୍ତୁ ହାଇଡ୍ରୋ ଇନ୍ଧନ ସେଲ୍‌ କାର ଦ୍ୱାରା ପ୍ରଦୂଷଣ ହୋଇ ନ ଥାଏ। ସୂଚନାଯୋଗ୍ୟ, ଟୟୋଟା କିର୍ଲୋସ୍କର ମୋଟର୍ସ (ଟୟୋଟା) ନିକଟରେ ଏହି ହାଇଡ୍ରୋଜେନ କାର ଟୟୋଟା ମିରାଇକୁ ଭାରତୀୟ ବଜାରରେ ଲଞ୍ଚ କରିଛି। ହାଇଡ୍ରୋଜେନ ଇନ୍ଧନ ସେଲ୍‌ରେ ଚାଲୁଥିବା ଦେଶର ପ୍ରଥମ ଏହି କାର୍‌କୁ ଗଡକରୀ ଲଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri