Categories: ଜାତୀୟ

କାର୍ଯ୍ୟକ୍ରମ ଚାଲିଥିବାବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା

ସିଲଗୁଡି,୧୭।୧୧: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁବାର ଏକ କାର୍ଯ୍ୟକ୍ରମ ସମୟରେ ହଠାତ୍‌ ଖରାପ ହୋଇଯାଇଛି। ପଶ୍ଚିମବଙ୍ଗର ସିଲିଗୁଡିରେ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ଅସୁସ୍ଥ ଅନୁଭବ କରିଥିଲେ। ସୁଗାର ସ୍ତର ହ୍ରାସ ହେତୁ ଏପରି ଘଟିଥିବା ଜଣାପଡିଛି। ଏହା ପରେ ଡାକ୍ତରଖାନାର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କରିଥିଲେ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧିକାରୀମାନଙ୍କୁ ସମଗ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ କହିଥିଲେ। ଏହା ପରେ ନିତିନ ଗଡକରୀଙ୍କୁ ସେଠାରୁ ଅଣାଯାଇଥିଲା। ସୂଚନାନୁସାରେ, ବର୍ତ୍ତମାନ ସେ ବାରସାନାସ୍ଥିତ ରାଜୁ ବିଷ୍ଟ ବାସଭବନକୁ ଯାଇ ବିଶ୍ରାମ ନେବେ।
ନିତିନ ଗଡକରୀ ସିଲିଗୁଡିସ୍ଥିତ ଏକ ରାସ୍ତାର ମୂଳଦୁଆ ପକାଇବାକୁ ଆସିଥିଲେ। ଦାର୍ଜିଲିଂ ଜଙ୍କସନ ନିକଟ ଦାଗପୁର ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ମଞ୍ଚରେ ଅସୁସ୍ଥ ଅନୁଭବ କରିବାରୁ କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ ହୋଇଗଲା।

Share