Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କରିଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ବି ଅନ୍ୟାୟ ହୁଏ, ସେଠାରେ ସେ ଅନ୍ୟାୟକୁ ଦୂର କରିବାକୁ ଅବତାରିତ ହୁଅନ୍ତି। ସେହିଭଳି ଉତ୍ତରପ୍ରଦେଶରେ ଯୋଗୀ ଜୀ ସାଧାରଣ ଲୋକଙ୍କୁ ସୁରକ୍ଷା ପାଇଁ ପ୍ରଭୁ କୃଷ୍ଣଙ୍କ ଭଳି କାର୍ଯ୍ୟ କରୁଛନ୍ତି। ଯେଉଁମାନେ ସମାଜ ପାଇଁ ବିପଜ୍ଜନକ ସେମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ସୋମବାର ଗୋରଖପୁରରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ୧୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ଯୋଗୀ ଜୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏକ ଉଦାହରଣ ସୃଷ୍ଟି କରିଥିବାରୁ ମୁଁ ଖୁସି। ମୁଁ ଏହା ପୂର୍ବରୁ କହିଥିଲି ଯେ, ଉତ୍ତରପ୍ରଦେଶର ରାସ୍ତାକୁ ଆମେରିକା ସହିତ ସମାନ କରିବୁ ଏବଂ ସେହି ଦିଗରେ ଆମର ଉଦ୍ୟମ ଆରମ୍ଭ ହୋଇଛି।

Share