ନିତିନଙ୍କ ଆତ୍ମହତ୍ୟାରେ ହତବାକ ବଲିଉଡ୍‌

‘ଯୋଦ୍ଧା ଆକବର’, ‘ଦେବଦାସ’ ଏବଂ ‘ଲଗାନ’ ଭଳି ସୁପରହିଟ୍‌ ଚଳଚ୍ଚିତ୍ରର ସେଟ ଡିଜାଇନ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ଏନଡି ଷ୍ଟୁଡିଓର ପ୍ରତିଷ୍ଠାତା ନିତିନ ନିଜ ଷ୍ଟୁଡିଓରେ ହିଁ ଫାଶୀ ଲଗାଇ ଦେଇଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ବଲିଉଡ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତାମାନେ ନିତିନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।
ବଲିଉଡର ଡ୍ରିମ ଗର୍ଲ ହେମା ମାଲିନି ନିତିନ ଦେଶାଇଙ୍କ ସହ ଏକ ଫଟୋ ଶେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଲେଖିଛନ୍ତି- ସକାଳର ଆଶ୍ଚର୍ଯ୍ୟଜନକ ଖବର, କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆଉ ନାହାଁନ୍ତି। ସେ ବହୁତ ଭଲ ବ୍ୟକ୍ତି ଥିଲେ। ତାଙ୍କ ସହିତ ଅନେକ ପ୍ରୋଜେକ୍ଟରେ କାମ କରଥିଲି। ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହା ଏକ ବଡ କ୍ଷତି। ବଲିଉଡ ଅଭିନେତା ସଞ୍ଜୟ ଦତ୍ତ, ରିତେଶ ଦେଶମୁଖ, ଅକ୍ଷୟ କୁମାର ପ୍ରମୁଖ ନିତିନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।
ନିତିନ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଏଥିମଧ୍ୟରେ ହମ ଦିଲ ଦେ ଚୁକେ ସନମ, ଲଗାନ, ଯୋଦ୍ଧା ଆକବର ଏବଂ ପ୍ରେମ ରତନ ଧନ ପାୟୋ ସାମିଲ ଅଛି। ନିତିନ ଏହି ଚଳଚ୍ଚିତ୍ରଗୁଡ଼ିକର ସେଟ ଡିଜାଇନ କରିଥିଲେ।ଏହି ସମସ୍ତ ଚଳଚ୍ଚିତ୍ରରେ ଗ୍ରାଣ୍ଡ ସେଟ ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରତ୍ୟେକ ଥର ପ୍ରଶଂସିତ ହୁଏ। ନିତିନଙ୍କୁ ଚାରିଟି ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ଶ୍ରେଷ୍ଠ କଳା ନିର୍ଦ୍ଦେଶନା ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ସେଟ ଡିଜାଇନ କରିବା ସହିତ ନିତିନ ଦେଶାଇ ମଧ୍ୟ ଅଭିନୟ କରିଥିଲେ।ନିତିନ ଦାଉଦ ଫନ୍‌ ଅନ ଦ ରନ, ହେଲୋ ଜୟ ହିନ୍ଦ ଏବଂ ହମ ସବ ଏକ ହେଁ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କେବଳ ଏତିକି ନୁହେଁ,ସେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୨୦୧୧ ଚଳଚ୍ଚିତ୍ର ହେଲୋ ଜୟ ହିନ୍ଦରେ ନିତିନ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଥିଲେ। ସେ ଏକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri