Categories: ଜାତୀୟ

ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ,୨୩।୪: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ଧରି ରହିଥିଲେ। ରାଜୀବ କୁମାରଙ୍କ ସ୍ଥାନରେ ବର୍ତ୍ତମାନ ଡ. ସୁମନ କେ ବେରୀଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସୁମନ କେ ବେରୀ ମେ’ ୧ରୁ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଅନ୍ୟପଟେ ରାଜୀବ କୁମାରଙ୍କ ଇସ୍ତଫା ଦେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ରାଜୀବ କୁମାର ନୀତି ଆୟୋଗର ଦ୍ୱିତୀୟ ଉପାଧ୍ୟକ୍ଷ ଥିଲେ। ୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିବା ପରେ ମୋଦି ସରକାର ଯୋଜନା ଆୟୋଗର ନାମକୁ ପରିବର୍ତ୍ତନ କରି ନୀତି ଆୟୋଗ ନାମରେ ନାମିତ କରିଥିଲେ। ଏହାପରେ ଅରବିନ୍ଦ ପାନଗରିଆଙ୍କୁ ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ସୂଚନା ମୁତାବକ, ନୀତି ଆୟୋଗର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ।

Share