ମହିଳା ଦିବସରେ ‘ଡ୍ରିମ୍‌ ପ୍ରୋଜେକ୍ଟ’ ଲଞ୍ଚ୍‌ କଲେ ନୀତା ଅମ୍ବାନୀ

ମୁମ୍ବାଇ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରମ୍ୟାନ ନୀତା ଅମ୍ବାନୀ ‘ଦ ହର୍‌ ସର୍କଲ, ଏଭ୍ରିବଡି ପ୍ରୋଜେକ୍ଟ’ ଆରମ୍ଭ କରି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ନୀତା ଅମ୍ବାନୀ ସମସ୍ତ ପ୍ରକାର ଶାରୀରିକ ଭେଦଭାବ ଏବଂ ଅସମାନତାକୁ ଭୁଲି ସମାଜରେ ଏକ ସକାରାତ୍ମକତା ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ଆଜିର ନକାରାତ୍ମକ ପରିବେଶରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।
୨୦୨୧ରେ, ନୀତା ଅମ୍ବାନୀ ‘ଦ ହର୍‌ ସର୍କଲ’ ପ୍ରତିଷ୍ଠା କରିଥିଲେ। ଏହି ସାମାଜିକ ପ୍ଲାଟଫର୍ମର ଦ୍ୱିତୀୟ ବାର୍ଷିକୀରେ ‘ହର ସର୍କଲ’ ମହିଳାମାନଙ୍କ ପାଇଁ ସବୁଠାରୁ ବଡ ମଞ୍ଚରେ ପରିଣତ ହୋଇଛି। ଏହା ଦେଶର ୩୧ କୋଟି ମହିଳାଙ୍କ ନିକଟରେ ପହଞ୍ଚିଛି। ମହିଳାମାନଙ୍କ ପାଇଁ ଭାରତର ଅଗ୍ରଣୀ ଡିଜିଟାଲ ବିଷୟବସ୍ତୁ ଏବଂ ନେଟୱର୍କିଂ ପ୍ଲାଟଫର୍ମ ‘ହର ସର୍କଲ’ ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ମହିଳାମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା, ଯାହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ଏହାଦ୍ୱାରା ମହିଳା ଏବଂ ଝିଅମାନେ ସେମାନଙ୍କର ବିକାଶ ଦିଗରେ ଅଧିକ ସଚେତନ ଏବଂ ଆଗକୁ ଯାଇପାରିବେ।
ନୀତା ଅମ୍ବାନୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଆକାର, ରଙ୍ଗ, ଧର୍ମ, ବୟସ, ନ୍ୟୁରୋ-ବିବିଧତା ଏବଂ ଶରୀର- (ଫିଜିକ) ସହ ଜଡିତ ସମସ୍ତ ଭେଦଭାବକୁ ହଟାଇବା ଏବଂ ସମସ୍ତଙ୍କୁ ସମାନ ବ୍ୟବହାର କରିବା। ଏହାକୁ ଗ୍ରହଣ କରାଯିବା ଉଚିତ ଏବଂ ଲୋକମାନେ ଏଥିପାଇଁ ଉତ୍ସାହିତ ହେବା ଉଚିତ୍‌। କୌଣସି ବିଚାର ବିନା ସମାଜରେ ସମସ୍ତଙ୍କ ପ୍ରତି ଦୟା ଭାବନା ସୃଷ୍ଟି ଏବଂ ବୃଦ୍ଧି ହୋଇପାରିବ, ଏହା ହେଉଛି ଏହି ପ୍ରୋଜେକ୍ଟର ଚେଷ୍ଟା। ‘ହର ସର୍କଲ’ ଭାଇଚାରା ଏବଂ ଏକତା ବିଷୟରେ କୁହେ। ସମାନତା ଏବଂ ସମସ୍ତଙ୍କ ପ୍ରତି ସମ୍ମାନ ଉପରେ ଆଧାରିତ ଏକତା ଆମର ମୌଳିକ ଲକ୍ଷ୍ୟ। ସୋସିଆଲ ମିଡିଆରେ ଲୋକଙ୍କ ଲଢେଇ, ମହିଳାଙ୍କ ସଂଘର୍ଷ ବିଷୟରେ ନ ଜାଣି ମତାମତ ଦିଆଯାଉଛି। ସେମାନଙ୍କୁ ଟ୍ରୋଲ୍‌ କରାଯାଉଛି। ଏହା କ୍ଷତିକାରକ ହୋଇପାରେ, ବିଶେଷକରି ଯୁବଗୋଷ୍ଠୀଙ୍କ ପାଇଁ ଏହା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ତେଣୁ ଆମର ପ୍ରୋଜେକ୍ଟର ଏକ ଅଂଶ ଭାବରେ, ମୁଁ ଆଶା କରେ ଯେ, ଆମର ପଦକ୍ଷେପ ଲୋକମାନଙ୍କୁ ପ୍ରକୃତରେ ଆତ୍ମବିଶ୍ୱାସ ଏବଂ ସ୍ବାଧୀନତା ଦେଇପାରେ ବୋଲି ନୀତା ଅମ୍ବାନୀ କହିଛନ୍ତି।
ସୋସିଆଲ ମିଡିଆ ମାଧ୍ୟମରେ ମହିଳାମାନଙ୍କ ସହ ଜଡିତ ବିଷୟବସ୍ତୁକୁ ପ୍ରୋତ୍ସାହନ ଏବଂ ବିସ୍ତାର କରିବା ଲକ୍ଷ୍ୟରେ ‘ଦ ହର୍‌ ସର୍କଲ, ଏଭ୍ରିବଡି ପ୍ରୋଜେକ୍ଟ’ ଆରମ୍ଭ କରାଯାଇଛି। ‘ଦ ସର୍କଲ’ ପୋର୍ଟାଲରେ, ବ୍ୟକ୍ତିଗତ ବିକାଶ, କମ୍ୟୁନିଟି ସର୍ଭିସ, ସୌନ୍ଦର୍ଯ୍ୟ, ଫ୍ୟାଶନ, ମନୋରଞ୍ଜନ ପରି ଅନେକ ବିଷୟ ସହିତ ଜଡିତ ଭିଡିଓ ଦେଖିପାରିବେ, ସେମାନଙ୍କ ବିଷୟରେ ପ୍ରବନ୍ଧ ପଢିପାରିବେ। ପ୍ରତ୍ୟେକ ସର୍କଲର ସେବା ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଅଛି। ଏହି ପ୍ଲାଟଫର୍ମ ମାଧ୍ୟମରେ ଏହାର ସଦସ୍ୟମାନେ ଏନଜିଓ ତଥା ମହିଳାମାନଙ୍କ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ସଂଗଠନ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri