ମହିଳା ଦିବସରେ ‘ଡ୍ରିମ୍‌ ପ୍ରୋଜେକ୍ଟ’ ଲଞ୍ଚ୍‌ କଲେ ନୀତା ଅମ୍ବାନୀ

ମୁମ୍ବାଇ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରମ୍ୟାନ ନୀତା ଅମ୍ବାନୀ ‘ଦ ହର୍‌ ସର୍କଲ, ଏଭ୍ରିବଡି ପ୍ରୋଜେକ୍ଟ’ ଆରମ୍ଭ କରି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ନୀତା ଅମ୍ବାନୀ ସମସ୍ତ ପ୍ରକାର ଶାରୀରିକ ଭେଦଭାବ ଏବଂ ଅସମାନତାକୁ ଭୁଲି ସମାଜରେ ଏକ ସକାରାତ୍ମକତା ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ଆଜିର ନକାରାତ୍ମକ ପରିବେଶରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।
୨୦୨୧ରେ, ନୀତା ଅମ୍ବାନୀ ‘ଦ ହର୍‌ ସର୍କଲ’ ପ୍ରତିଷ୍ଠା କରିଥିଲେ। ଏହି ସାମାଜିକ ପ୍ଲାଟଫର୍ମର ଦ୍ୱିତୀୟ ବାର୍ଷିକୀରେ ‘ହର ସର୍କଲ’ ମହିଳାମାନଙ୍କ ପାଇଁ ସବୁଠାରୁ ବଡ ମଞ୍ଚରେ ପରିଣତ ହୋଇଛି। ଏହା ଦେଶର ୩୧ କୋଟି ମହିଳାଙ୍କ ନିକଟରେ ପହଞ୍ଚିଛି। ମହିଳାମାନଙ୍କ ପାଇଁ ଭାରତର ଅଗ୍ରଣୀ ଡିଜିଟାଲ ବିଷୟବସ୍ତୁ ଏବଂ ନେଟୱର୍କିଂ ପ୍ଲାଟଫର୍ମ ‘ହର ସର୍କଲ’ ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ମହିଳାମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା, ଯାହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ଏହାଦ୍ୱାରା ମହିଳା ଏବଂ ଝିଅମାନେ ସେମାନଙ୍କର ବିକାଶ ଦିଗରେ ଅଧିକ ସଚେତନ ଏବଂ ଆଗକୁ ଯାଇପାରିବେ।
ନୀତା ଅମ୍ବାନୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଆକାର, ରଙ୍ଗ, ଧର୍ମ, ବୟସ, ନ୍ୟୁରୋ-ବିବିଧତା ଏବଂ ଶରୀର- (ଫିଜିକ) ସହ ଜଡିତ ସମସ୍ତ ଭେଦଭାବକୁ ହଟାଇବା ଏବଂ ସମସ୍ତଙ୍କୁ ସମାନ ବ୍ୟବହାର କରିବା। ଏହାକୁ ଗ୍ରହଣ କରାଯିବା ଉଚିତ ଏବଂ ଲୋକମାନେ ଏଥିପାଇଁ ଉତ୍ସାହିତ ହେବା ଉଚିତ୍‌। କୌଣସି ବିଚାର ବିନା ସମାଜରେ ସମସ୍ତଙ୍କ ପ୍ରତି ଦୟା ଭାବନା ସୃଷ୍ଟି ଏବଂ ବୃଦ୍ଧି ହୋଇପାରିବ, ଏହା ହେଉଛି ଏହି ପ୍ରୋଜେକ୍ଟର ଚେଷ୍ଟା। ‘ହର ସର୍କଲ’ ଭାଇଚାରା ଏବଂ ଏକତା ବିଷୟରେ କୁହେ। ସମାନତା ଏବଂ ସମସ୍ତଙ୍କ ପ୍ରତି ସମ୍ମାନ ଉପରେ ଆଧାରିତ ଏକତା ଆମର ମୌଳିକ ଲକ୍ଷ୍ୟ। ସୋସିଆଲ ମିଡିଆରେ ଲୋକଙ୍କ ଲଢେଇ, ମହିଳାଙ୍କ ସଂଘର୍ଷ ବିଷୟରେ ନ ଜାଣି ମତାମତ ଦିଆଯାଉଛି। ସେମାନଙ୍କୁ ଟ୍ରୋଲ୍‌ କରାଯାଉଛି। ଏହା କ୍ଷତିକାରକ ହୋଇପାରେ, ବିଶେଷକରି ଯୁବଗୋଷ୍ଠୀଙ୍କ ପାଇଁ ଏହା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ତେଣୁ ଆମର ପ୍ରୋଜେକ୍ଟର ଏକ ଅଂଶ ଭାବରେ, ମୁଁ ଆଶା କରେ ଯେ, ଆମର ପଦକ୍ଷେପ ଲୋକମାନଙ୍କୁ ପ୍ରକୃତରେ ଆତ୍ମବିଶ୍ୱାସ ଏବଂ ସ୍ବାଧୀନତା ଦେଇପାରେ ବୋଲି ନୀତା ଅମ୍ବାନୀ କହିଛନ୍ତି।
ସୋସିଆଲ ମିଡିଆ ମାଧ୍ୟମରେ ମହିଳାମାନଙ୍କ ସହ ଜଡିତ ବିଷୟବସ୍ତୁକୁ ପ୍ରୋତ୍ସାହନ ଏବଂ ବିସ୍ତାର କରିବା ଲକ୍ଷ୍ୟରେ ‘ଦ ହର୍‌ ସର୍କଲ, ଏଭ୍ରିବଡି ପ୍ରୋଜେକ୍ଟ’ ଆରମ୍ଭ କରାଯାଇଛି। ‘ଦ ସର୍କଲ’ ପୋର୍ଟାଲରେ, ବ୍ୟକ୍ତିଗତ ବିକାଶ, କମ୍ୟୁନିଟି ସର୍ଭିସ, ସୌନ୍ଦର୍ଯ୍ୟ, ଫ୍ୟାଶନ, ମନୋରଞ୍ଜନ ପରି ଅନେକ ବିଷୟ ସହିତ ଜଡିତ ଭିଡିଓ ଦେଖିପାରିବେ, ସେମାନଙ୍କ ବିଷୟରେ ପ୍ରବନ୍ଧ ପଢିପାରିବେ। ପ୍ରତ୍ୟେକ ସର୍କଲର ସେବା ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଅଛି। ଏହି ପ୍ଲାଟଫର୍ମ ମାଧ୍ୟମରେ ଏହାର ସଦସ୍ୟମାନେ ଏନଜିଓ ତଥା ମହିଳାମାନଙ୍କ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ସଂଗଠନ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?