Categories: ଖେଳ

ସଫଳ ହେଲା ଅମ୍ବାନୀ ପରିବାରର କଳା ଯାଦୁ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ଲଗାତାର ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ୍‌ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ବିକେଟରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ରେ ଚାମ୍ପିୟନ୍‌ ଏବଂ ୨୦୧୦ରେ ରନର୍ସଅପ୍‌ ହୋଇଥିଲା। ଏଥର ମୁମ୍ବାଇ ଇଣ୍ଡିଆନ୍ସ ଜିତିବା ମାତ୍ର ଦର୍ଶକଙ୍କ ଗ୍ୟାଲେରୀରେ ପୁଅ ସହ ବସିଥିବା ମାଲିକାଣୀ ନୀତା ଅମ୍ବାନୀ ଛୋଟ ପିଲାଙ୍କ ଭଳି ଡେଇଁପଡ଼ିଥିଲେ। ଜିତିବାର ଆନନ୍ଦ ତାଙ୍କ ମୁହଁରେ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ଏଥିସହ ପୂର୍ବ ଏକ ମ୍ୟାଚ୍‌ରେ ନୀତାଙ୍କ ମା’ ଗ୍ୟାଲେରୀରେ ମନ୍ତ୍ର ପଢ଼ୁଥିବାର ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପରେ ଲୋକମାନେ କମେଣ୍ଟକରି କହିଛନ୍ତି ଯେ, ଶେଷରେ ନୀତା ଅମ୍ବାନୀ ପରିବାରର କଳା ଯାଦୁ ସଫଳ ହୋଇଛି।

Share