Categories: ଜାତୀୟ

କେନ୍ଦ୍ରୀୟ ସିଟ୍‌ ଆବଣ୍ଟନ ପ୍ରକ୍ରିୟା ପରିଚାଳନା କରିବ ରାଉରକେଲା ଏନ୍‌ଆଇଟି :ଏନ୍‌ଆଇଟି, ଆଇଆଇଆଇଟିରେ ୟୁଜି ନାମଲେଖା

ନୂଆଦିଲ୍ଲୀ,୧୨।୯(ପି.ଟି.): ଚଳିତ ବର୍ଷ ଦେଶର ବିଭିନ୍ନ ଏନ୍‌ଆଇଟି, ଆଇଆଇଇଏସ୍‌ଟି, ଆଇଆଇଆଇଟି ଏବଂ ସ୍କୁଲ୍‌ ଅଫ୍‌ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚରରେ ବିଭିନ୍ନ ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ରାଉରକେଲାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଏନ୍‌ଆଇଟି) କେନ୍ଦ୍ରୀୟ ସିଟ୍‌ ଆବଣ୍ଟନ ପ୍ରକ୍ରିୟାର ପରିଚାଳନା କରିବ। ଉକ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ମିଳିତ ସିଟ୍‌ ଆବଣ୍ଟନ କର୍ତ୍ତୃପକ୍ଷ (ଜେଓଏସ୍‌ଏଏ)ର କୋ-ହୋଷ୍ଟ ଭାବେ ୬ ପର୍ଯ୍ୟାୟ ସିଟ୍‌ ଆବଣ୍ଟନକୁ ପରିଚାଳନା କରିବ ବୋଲି ଜଣେ ପଦାଧିକାରୀ କହିଛନ୍ତି। ଆସନ୍ତା ୧୨ ତାରିଖରୁ ଜେଓଏସ୍‌ଏଏ ସିଟ୍‌ ଆବଣ୍ଟନ ପାଇଁ ପଞ୍ଜୀକରଣ ଆରମ୍ଭ ହେବ।

ଜେଓଏସ୍‌ଏଏ ରାଉଣ୍ଡ ପରେ ସିଏସ୍‌ଏବି ସ୍ବତନ୍ତ୍ର ପର୍ଯ୍ୟାୟ ଅକ୍ଟୋବର ୨୪ରେ ଅନୁଷ୍ଠିତ ହେବ। ନଭେମ୍ବର ୬ ସୁଦ୍ଧା ସମ୍ପୂର୍ଣ୍ଣ କାଉନସେଲିଂ ପ୍ରକ୍ରିୟା ଶେଷ ହେବ। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଚଳିତ ବର୍ଷ କାଉନସେଲିଂ ପ୍ରକ୍ରିୟାରେ କେତେକ ପରିବର୍ତ୍ତନ କରାଯାଇଥିବା ସ୍ଥାନୀୟ ଆୟୋଜନ କମିଟି ଅଧ୍ୟକ୍ଷ ମୁକେଶ କେ. ଗୁପ୍ତା କହିଛନ୍ତି। ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ସ୍ଥାନୀୟ ଭାଷାରେ କାଉନସେଲିଂ ପ୍ରକ୍ରିୟାରେ ସହାୟତା ଲାଗି ସିଏସ୍‌ଏବି ହିନ୍ଦୀ, ଇଂଲିଶ, ଓଡ଼ିଆ, ବଙ୍ଗଳା, ମରାଠୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲୟାଲମ ଭାଷାର ଟେଲିଫୋନ୍‌ ଲାଇନ ସ୍ଥାପନ କରିଛି।

Share