୩୩.୫ ହଜାର ପିଲାଙ୍କୁ ନିଟ୍‌ ଇଡି-ଟେକ୍‌ କୋର୍ସ କୁପନ

ଭୁବନେଶ୍ୱର, ୪।୧(ବ୍ୟୁରୋ): ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍‌ ୩.୦(ନ୍ୟାଶନାଲ ଏଜୁକେଶନାଲ ଏଲାଇନ୍ସ ଫର୍‌ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ୨୫୩ କୋଟି ଟଙ୍କାର ମାଗଣା ନିଟ୍‌ ଇଡି-ଟେକ୍‌ କୋର୍ସ ବଣ୍ଟନ କରାଯାଇଛି। ଏହା ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦୨୨ର ସବୁଠୁ ବଡ଼ ଉପହାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ସୋମବାର ନ୍ୟାଶନାଲ ଏଜୁକେଶନାଲ ଏଲାଇନ୍ସ ଫର୍‌ ଟେକ୍ନୋଲୋଜି ଏବଂ ଆଞ୍ଚଳିକ ଭାଷାରେ ଏଆଇସିଟିଇ ପ୍ରାପ୍ତ ବୈଷୟିକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଲକ୍ଷ ସାମାଜିକ-ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରୀଛାତ୍ରଙ୍କୁ ମାଗଣା ନିଟ୍‌ ଇଡି-ଟେକ୍‌ କୋର୍ସ କୁପନ ବଣ୍ଟାଯାଇଛି। ସେଥିମଧ୍ୟରୁ ଓଡିଶାରେ ୩୩ ହଜାର ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ୧୦ କୋଟି ମୂଲ୍ୟର ମାଗଣା ନିଟ୍‌ ଇଡି-ଟେକ୍‌ କୋର୍ସ କୁପନ ବିତରଣ କରାଯାଇଛି। ଡିଜିଟାଲ ରୂପାନ୍ତରୀକରଣ ଆଜି ‘ନ୍ୟୁ ନର୍ମାଲ’ ହୋଇଛି। ତେଣୁ ଆମକୁ ଶିକ୍ଷାର କ୍ଷତି(ଲର୍ନିଂ ଲସ୍‌)କୁ ଭରଣ କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ହେବ। ଦକ୍ଷତା ବିକାଶ ତଥା ଶିକ୍ଷାର କ୍ଷତିକୁ ଭରଣ କରିବା ଦିଗରେ ଏହି କମ୍ପାନୀ କାର୍ଯ୍ୟ କରୁଛନ୍ତି। ଏଆଇସିଟିଇକୁ ଦକ୍ଷତା କ୍ଷେତ୍ରରେ ଥିବା ସୁଯୋଗର ପୂର୍ଣ୍ଣ ବ୍ୟବହାର ପାଇଁ ନିଟ୍‌କୁ ସ୍କିଲ୍‌ ଇଣ୍ଡିଆ ସହ ମିଶି ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ଡି, ପ୍ରଫେସର ସହସ୍ର ବୁଦ୍ଧେ ଏବଂ ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri