ଛାଡପତ୍ର ପରେ ସ୍ବାମୀଙ୍କଠାରୁ ଭରଣପୋଷଣ ନେବାକୁ ଚାହୁଁନାହାନ୍ତି ଏହି ଅଭିନେତ୍ରୀ

ଦୁଇ ମାସ ପୂର୍ବେ ଟିଭି ଅଭିନେତ୍ରୀ ନିଶା ରାୱଲ ଏବଂ କରଣ ମେହେରାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ଏହା ପରେ ଉଭୟ ଅଲଗା ହୋଇଯାଇଥିଲେ। ପାରିବାରିକ ହିଂସା ଏବଂ ପ୍ରତାରଣା ଅଭିଯୋଗରେ ନିଶା କରଣ ମେହେରାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ନିକଟରେ ନିଶା ସ୍ବାମୀଙ୍କ ବିଷୟରେ ଆଉ କିଛି କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସେ ଛାଡପତ୍ର ପରେ ସ୍ବାମୀଙ୍କଠାରୁ କୌଣସି ଭରଣପୋଷଣ ନେବାକୁ ଚାହୁଁ ନାହାନ୍ତି ଏବଂ ନିଜ ତଥା ପୁଅର ଯତ୍ନ ନିଜେ ନେବାକୁ ସକ୍ଷମ ଅଟନ୍ତି। ବିନା ରକ୍ଷଣାବେକ୍ଷଣ ପାଇଁ ସେ ଏବଂ ତାଙ୍କ ଓକିଲ କରଣ ମେହେରାଙ୍କୁ ନୋଟିସ ପଠାଇଛନ୍ତି। ଏଥିସହ ନିଶା କହିଛନ୍ତି ଯେ, ସେ ତାଙ୍କ ପୁଅ କବିଶଙ୍କ ଏକୁଟିଆ ବଢାଇବା ପାଇଁ ଚାହୁଁଛନ୍ତି ଏବଂ କରଣ ତାଙ୍କୁ ନିୟମିତ ଭେଟି ପାରିବେ।

ମୁଁ କୌଣସି ଭରଣପୋଷଣ ଚାହେଁ ନାହିଁ। ସେ ମୋତେ କଣ ଦେବେ,ଯାହା ମୁଁ ତାଙ୍କୁ ଦେଇ ନାହିଁ? ଆମେ ସବୁକିଛି ଏକାଠି କରିଥିଲୁ। ମୁଁ ବହୁତ କମ ବୟସରେ ରୋଜଗାର ଆରମ୍ଭ କରିଥିଲି। କରଣ ବିବାହ ସମୟରେ ପାଇଥିବା ସମସ୍ତ ଅଳଙ୍କାର ମୋଠାରୁ ଛଡ଼ାଇ ନେଇଥିଲେ। ପୁଣିଥରେ ଜୀବନ ଆରମ୍ଭ କରିବାକୁ ଚାହୁଁଥିବାରୁ କରଣଙ୍କୁ ଅଳଙ୍କାର ଫେରାଇବାକୁ କହିଛି। ମୁଁ ନିଜ ପାଇଁ କିଛି ମାଗୁନାହିଁ। ମୁଁ ଜଣେ ସ୍ବାଧୀନ ଝିଅ ଏବଂ ମୋର ପିଲାର ଯତ୍ନ ମୁଁ ଏକୁଟିଆ ନେବି ବୋଲି ସେ କହିଛନ୍ତି।

 

Share