ଷ୍ଟେଜ୍‌ ଉପରେ ଡ୍ରେସ୍‌ ଖୋଲିଦେଲେ ନିଶା ନିଜକୁ ସମ୍ଭାଳି ପାରିଲେନି ଏଏସ୍‌ଆଇ : ପରେ ଯାହା ହେଲା…

ପାଟଣା,୧୪ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଏଏସ୍‌ଆଇ ସରୋଜ କୁମାର ସେଠୀଙ୍କୁ ବିବାଦୀୟ ଆଇଟମ ଗର୍ଲ ନିଶା ମହାରଣାଙ୍କ ସହ ଫଟୋ ଉଠାଇବା ମହଙ୍ଗା ପଡ଼ିଛି। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥାଇ ଫଟୋ ଉଠାଇବାକୁ ନେଇ ଏସ୍‌ପି ନୀତିନ କୁଶଲକର ଡାଗୁଡ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ବଦଳି କରିଥିବା ଜଣାପଡ଼ିଛି। ତାଙ୍କର ହେଡ୍‌କ୍ୱାର୍ଟର୍ସକୁ ବଦଳି ହୋଇଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ ଚାଲିଛି।
ପ୍ରକାଶ ଯେ, ପାଟଣା ଥାନା ଅଧୀନ ତେଣ୍ଡରା ଗ୍ରାମ ହାଟ ପଡ଼ିଆରେ ମା’ ବିଶେଇପାଟ ଯାତ୍ରା କମିଟି ଆନୁକୂଲ୍ୟରେ ଅପେରା ମଞ୍ଚସ୍ଥ ହେଉଥିଲା। ଯାତ୍ରା ପାର୍ଟି ତରଫରୁ ଆଇଟମ ଗର୍ଲ ନିଶା ମହାରଣା ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେ ଅଶ୍ଳୀଳ ନୃତ୍ୟ କରିଥିବାରୁ କେତେଜଣ ଦର୍ଶକ ବିରୋଧକରିବା ସହ ଅସନ୍ତୋଷ ପ୍ରକାଶ ପାଇଥିଲା। ନିଶାଙ୍କ ଅଶ୍ଳୀଳ ନୃତ୍ୟ ସାମାଜିକ ଗଣମାଧ୍ୟମରେ ମଙ୍ଗଳବାର ଭାଇରାର ହୋଇଥିଲା। ଅପେରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଯାଇଥିବା ପାଟଣା ଥାନାର ଏଏସ୍‌ଆଇ ସରୋଜ ସେଠୀ ନିଶାଙ୍କ ସହ ଗ୍ରୀନ୍‌ରୁମ୍‌ ଓ ଅପେରା ପଡ଼ିଆ ବାହାରେ ଫଟୋ ଉଠାଇବା ସହ ଭିଡିଓ କରିଥିଲେ। ତାହା ଶୁକ୍ରବାର ପାଟଣା ଥାନା ଅଞ୍ଚଳରେ ମୋବାଇଲରୁ ମୋବାଇଲ ଘୂରିବୁଲିଥିଲା। ପରେ ଜିଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠନ ଗ୍ରହଣକରି ଏଏସ୍‌ଆଇ ସେଠୀଙ୍କୁ ହେଡ୍‌କ୍ୱାର୍ଟର୍ସକୁ ବଦଳି କରିଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ଡାଗୁଡ କହିଛନ୍ତି, ରିପୋର୍ଟ ଅନୁଯାୟୀ ତାଙ୍କ ବିରୋଧରେ ତଦନ୍ତ ଚାଲିଛି। ଏବେ ତାଙ୍କୁ ପାଟଣା ଥାନାରୁ ବଦଳି କରାଯାଇଛି। ଏଏସ୍‌ଆଇ ସରୋଜ କୁମାର ସେଠୀ କହିଛନ୍ତି, ଏସବୁ ଫଟୋ ବର୍ଷେ ତଳର। ସେ ଅପରେଶନ ହୋଇ ଛୁଟିରେ ଥିବା ବେଳେ ବଡ଼ବିଲ କିରିବୁର ଛକରେ ପଡ଼ିଥିବା ଅପେରା ଶୋ ବେଳେ ଫଟୋ ଉଠାଇଥିଲେ। କେହି ତାଙ୍କ ବିରୋଧରେ ଚକ୍ରାନ୍ତକରି ବଦନାମ କରିବା ଉଦ୍ଦେଶ୍ୟରେ ଇନ୍‌ଷ୍ଟା ଆଇଡିରୁ ଫଟୋ ନେଇ ଏଡିଟିଂକରି ଭାଇରାଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri