ଷ୍ଟେଜ୍‌ ଉପରେ ଡ୍ରେସ୍‌ ଖୋଲିଦେଲେ ନିଶା ନିଜକୁ ସମ୍ଭାଳି ପାରିଲେନି ଏଏସ୍‌ଆଇ : ପରେ ଯାହା ହେଲା…

ପାଟଣା,୧୪ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଏଏସ୍‌ଆଇ ସରୋଜ କୁମାର ସେଠୀଙ୍କୁ ବିବାଦୀୟ ଆଇଟମ ଗର୍ଲ ନିଶା ମହାରଣାଙ୍କ ସହ ଫଟୋ ଉଠାଇବା ମହଙ୍ଗା ପଡ଼ିଛି। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥାଇ ଫଟୋ ଉଠାଇବାକୁ ନେଇ ଏସ୍‌ପି ନୀତିନ କୁଶଲକର ଡାଗୁଡ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ବଦଳି କରିଥିବା ଜଣାପଡ଼ିଛି। ତାଙ୍କର ହେଡ୍‌କ୍ୱାର୍ଟର୍ସକୁ ବଦଳି ହୋଇଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ ଚାଲିଛି।
ପ୍ରକାଶ ଯେ, ପାଟଣା ଥାନା ଅଧୀନ ତେଣ୍ଡରା ଗ୍ରାମ ହାଟ ପଡ଼ିଆରେ ମା’ ବିଶେଇପାଟ ଯାତ୍ରା କମିଟି ଆନୁକୂଲ୍ୟରେ ଅପେରା ମଞ୍ଚସ୍ଥ ହେଉଥିଲା। ଯାତ୍ରା ପାର୍ଟି ତରଫରୁ ଆଇଟମ ଗର୍ଲ ନିଶା ମହାରଣା ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେ ଅଶ୍ଳୀଳ ନୃତ୍ୟ କରିଥିବାରୁ କେତେଜଣ ଦର୍ଶକ ବିରୋଧକରିବା ସହ ଅସନ୍ତୋଷ ପ୍ରକାଶ ପାଇଥିଲା। ନିଶାଙ୍କ ଅଶ୍ଳୀଳ ନୃତ୍ୟ ସାମାଜିକ ଗଣମାଧ୍ୟମରେ ମଙ୍ଗଳବାର ଭାଇରାର ହୋଇଥିଲା। ଅପେରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଯାଇଥିବା ପାଟଣା ଥାନାର ଏଏସ୍‌ଆଇ ସରୋଜ ସେଠୀ ନିଶାଙ୍କ ସହ ଗ୍ରୀନ୍‌ରୁମ୍‌ ଓ ଅପେରା ପଡ଼ିଆ ବାହାରେ ଫଟୋ ଉଠାଇବା ସହ ଭିଡିଓ କରିଥିଲେ। ତାହା ଶୁକ୍ରବାର ପାଟଣା ଥାନା ଅଞ୍ଚଳରେ ମୋବାଇଲରୁ ମୋବାଇଲ ଘୂରିବୁଲିଥିଲା। ପରେ ଜିଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠନ ଗ୍ରହଣକରି ଏଏସ୍‌ଆଇ ସେଠୀଙ୍କୁ ହେଡ୍‌କ୍ୱାର୍ଟର୍ସକୁ ବଦଳି କରିଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ଡାଗୁଡ କହିଛନ୍ତି, ରିପୋର୍ଟ ଅନୁଯାୟୀ ତାଙ୍କ ବିରୋଧରେ ତଦନ୍ତ ଚାଲିଛି। ଏବେ ତାଙ୍କୁ ପାଟଣା ଥାନାରୁ ବଦଳି କରାଯାଇଛି। ଏଏସ୍‌ଆଇ ସରୋଜ କୁମାର ସେଠୀ କହିଛନ୍ତି, ଏସବୁ ଫଟୋ ବର୍ଷେ ତଳର। ସେ ଅପରେଶନ ହୋଇ ଛୁଟିରେ ଥିବା ବେଳେ ବଡ଼ବିଲ କିରିବୁର ଛକରେ ପଡ଼ିଥିବା ଅପେରା ଶୋ ବେଳେ ଫଟୋ ଉଠାଇଥିଲେ। କେହି ତାଙ୍କ ବିରୋଧରେ ଚକ୍ରାନ୍ତକରି ବଦନାମ କରିବା ଉଦ୍ଦେଶ୍ୟରେ ଇନ୍‌ଷ୍ଟା ଆଇଡିରୁ ଫଟୋ ନେଇ ଏଡିଟିଂକରି ଭାଇରାଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri