Posted inଜାତୀୟ

କ୍ଷୟକ୍ଷତି ପୂର୍ବରୁ ମିଳିବ ବିପଦର ଅପଡେଟ, ୨୦୨୪ରେ ଇସ୍ରୋ ଲଞ୍ଚ କରିବ ନିସାର ସାଟେଲାଇଟ

ବେଙ୍ଗାଲୁରୁ,୯ ।୩: ଆମେରିକା ବାୟୁସେନାର ସି-୧୭ ବିମାନ ବୁଧବାର ବେଙ୍ଗାଲୁରୁରେ ପହଞ୍ଚିଛି ଓ ନାସା-ଇସ୍ରୋ ସିନ୍ଥେଟିକ ଏପର୍ଚର ରାଡାର (NISAR) କୁ ଭାରତୀୟ ମହାକାଶ ଏଜେନ୍ସିକୁ ହସ୍ତାନ୍ତର କରିଛି । ଏହାକୁ ଆମେରିକା–ଭାରତ ସମ୍ପର୍କ ମଧ୍ୟରେ ଏକ ଦୃଢ ସେତୁ ବୋଲି କୁହାଯାଉଛି । ଏହାକୁ ନାସା ଓ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।

ଆମେରିକାର ମହାବାଣିଜ୍ୟିକ ଦୂତାବାସ ଟୁଇଟ କରିଛନ୍ତି, ନିସାର ଉପଗ୍ରହ ବେଙ୍ଗାଲୁରୁ ପହଞ୍ଚିଛି । ଇସ୍ରୋ କାଲିଫର୍ନିଆରେ ନାସାରୁ ପୃଥିବୀକୁ ଅବଲୋକନ କରୁଥିବା ସାଟେଲାଇଟ ପ୍ରାପ୍ତ କରିଛି, ଯାହାକୁ ଆମେରିକା ବାୟୁସେନାର ସି-୧୭ ବିମାନରେ ଭାରତରେ ପହଞ୍ଚାଯାଇଛି । ଏହ ଦୁଇ ଦେଶ ମଧ୍ୟରେ ଅନ୍ତରିକ୍ଷ ବା ମହାକାଶ ସହଯୋଗର ଏକ ସଚ୍ଚା ପ୍ରତିକ ।
ନିସାର ହେଉଛି ଏକ ଉପଗ୍ରହ ଯାହା ପୃଥିବୀ ପୃଷ୍ଠକୁ ସମ୍ପୂର୍ଣ୍ଣ ବିଶ୍ଳେଷର କରି ତଥ୍ୟ ପ୍ରସ୍ତୁତ କରିବ । ଏହା କୃଷି ମ୍ୟାପିଂ ଏବଂ ଭୂସ୍ଖଳନ ପ୍ରବଣ ସ୍ଥାନ ଗୁଡିକ ସହିତ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ଏହି ଉପଗ୍ରହ ୨୦୨୪ରେ ଆନ୍ଧ୍ର ପ୍ରଦେଶରେ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ ବୋଲି ଆଶା କରାଯାଉଛି । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ଏହି ଉପଗ୍ରହ ଅତିକମରେ ୩ ବର୍ଷ କାମ କରିବ । ନିସାର ୧୨ ଦିନ ମଧ୍ୟରେ ସମଗ୍ର ବିଶ୍ୱର ମାନଚିତ୍ର ପ୍ରସ୍ତୁତ କରିବ ।

https://twitter.com/USAndChennai/status/1633395172041187329?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1633395172041187329%7Ctwgr%5E8bc00f700d18f795ed4282c9e9cd52a0101df9a8%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fnisar-satellite-key-features-will-give-information-on-natural-disasters-isro-will-launch-it-in-2024-2353378


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?