ଭୟରେ ନିର୍ଭୟା

ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଘଟଣାର ୧୨ ବର୍ଷ ପରେ ସାରା ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଥିବା ପ୍ରଥମ ଘଟଣାଟି ହେଉଛି କୋଲକାତାର ଡାକ୍ତରୀ ଛାତ୍ରୀଙ୍କୁ ବଳାକତ୍ାର ଓ ହତ୍ୟା। ପ୍ରତିବାଦ ସ୍ବତଃସ୍ଫୂର୍ତ୍ତ ହୋଇଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଏହାକୁ ତୀବ୍ରତର କରିଛି। ଦିଲ୍ଲୀ ଅନୁରୂପ କୋଲକାତା ଘଟଣାଟି ଯେ ଅତ୍ୟନ୍ତ ଜଘନ୍ୟ ଓ ମର୍ମାନ୍ତକ, ଏଥିରେ କେହି ଦ୍ୱିମତ ହେବେ ନାହିଁ। ମାତ୍ର ଏଠାରେ ରାଜନୈତିକ ନେତୃତ୍ୱଙ୍କ ଦ୍ୱୈତ ଅବସ୍ଥାନ ଏହାକୁ ଅଧିକ ମର୍ମାନ୍ତକ କରିଦେଇଛି। ଗୁ୍‌ଜରାଟ ଦଙ୍ଗାର ପୀଡ଼ିତା ବିଲ୍‌କିସ୍‌ ବାନୋ ଓ ଉତ୍ତର ପ୍ରଦେଶର ଉନାଉଁ ଓ ହାଥ୍‌ରାସ୍‌ ଘଟଣାର ପ୍ରଚ୍ଛଦପଟରେ ଏପରି ଦୃଶ୍ୟ ଆମକୁ ଦେଖିବାକୁ ମିଳିଛି। ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହସ୍ତକ୍ଷେପ ପୀଡ଼ିତାଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି କରିଛି। ପୀଡ଼ିତା ଓ ତାଙ୍କ ସମ୍ପକର୍ର୍ୀୟ ନ୍ୟାୟ ପାଇବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଛନ୍ତି। ତଥାପି ନ୍ୟାୟ ପାଇପାରିି ନାହାନ୍ତି।
ରାଜସ୍ଥାନର ଆଜମେର୍‌ରେ ଏକ ଘରୋଇ ବିଦ୍ୟାଳୟର ୨୫୦ ଜଣ ଛାତ୍ରୀଙ୍କୁ ବିଦ୍ୟାଳୟର ୧୮ ଜଣ କର୍ମକର୍ତ୍ତା ଦୀର୍ଘଦିନ ଧରି ବଳାତ୍କାର ଓ ବ୍ଲାକ୍‌ମେଲିଂ କରି ଆସୁଥିଲେ। ଅଭିଯୁକ୍ତମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଦୀଘର୍ର୍ ୩୨ ବର୍ଷ ପରେ ତାହାର ରାୟ ଏବେ ପ୍ରକାଶ ପାଇଛିି। ପୂୂଣ୍ଣର୍ର୍ାଙ୍ଗ ରାୟ କେବେ ପ୍ରକାଶ ପାଇବ ତାହାର କିଛି ଠିକ୍‌ ଠିକଣା ନାହିଁ। ସେହିପରି ଗୁଜରାଟ ଦଙ୍ଗାର ପୀଡ଼ିତା ବିଲ୍‌କିସ୍‌ ବନୋ, ଉନାଉଁ ଓ ହାଥରାସ୍‌ ପୀଡ଼ିତାଙ୍କ ସମ୍ପର୍କୀୟମାନେ ନ୍ୟାୟ ପାଇବାକୁ ଚାହିିଁ ବସିଛନ୍ତି। ରାଜନୈତିକ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଆଇନକୁ ମୋଡ଼ି ମଚକି ନିଜ ସପକ୍ଷରେ ନେବାକୁ ସକ୍ଷମ ହେଉଥିବାରୁ ଦେଶରେ ଏହି ଅଭାବନୀୟ ଅବସ୍ଥା ସୃଷ୍ଟି ହୋଇଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ ଦେଶରେ ପ୍ରତି ୧୬ ମିନିଟ୍‌ରେ ଗୋଟିଏ ବଳାତ୍କାର ଘଟଣା ଘଟୁଛି। ଘରେ କି ବାହାରେ ସେମାନଙ୍କ ପାଇଁ ନିରାପଦ ସ୍ଥାନଟିଏ ନାହିଁ। ପ୍ରକାଶିତ ତଥ୍ୟଗୁଡ଼ିକ ସମୁଦ୍ରରେ ଭାସମାନ ବରଫ ସ୍ତୂପର ଅଗ୍ରଭାଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାଜିକ ଲଜ୍ଜାକୁ ଭୟକରି ବହୁ ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ।
କଠୋର ଆଇନ ପ୍ରଣୟନ ଓ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ସତ୍ତ୍ୱେ ତାହାର କିଛି ପ୍ରଭାବ ସମାଜରେ ପଡ଼ୁଥିବାର ଲକ୍ଷ୍ୟ କରାଯାଉ ନାହିଁ। କୋଲକାତାର ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟାରେ ସାରା ଦେଶ ପ୍ରତିବାଦ ମୁଖର ହେଉଥିବା ଅବଧି ମଧ୍ୟରେ ଦେଶର ଅନେକ ସ୍ଥାନରେ ବଳାତ୍କାରମାନ ଘଟିଥିବାର ପରିଲକ୍ଷିତ ହୋଇଛି। ଉତ୍ତରାଖଣ୍ଡରେ ଜଣେ ନର୍ସଙ୍କୁ ବଳାତ୍କାର ଓ ହତ୍ୟା, ଅଯୋଧ୍ୟାରେ ଜଣେ ୪ ବର୍ଷର ଶିଶୁକୁ ବଳାତ୍କାର, ମହାରାଷ୍ଟ୍ରର ଠାଣେ ଜିଲାର ଏକ ବିଦ୍ୟାଳୟରେ ୨ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା, ଦିଲ୍ଲୀରେ ଜଣେ ୪ ବର୍ଷର ଶିଶୁକୁ ବଳାତ୍କାର, ଭୁବନେଶ୍ୱରରେ ଜଣେ ଶିଶୁକୁ ପଡ଼ୋଶୀଙ୍କ ଦ୍ୱାରା ବଳାତ୍କାର ଅଭିଯୋଗ ସେଗୁଡ଼ିକ ମଧ୍ୟରୁ ମାତ୍ର କେତୋଟି। ଅପରାଧୀମାନେ ବେପରୁଆ ଭାବେ ଅପରାଧ ଘଟାଇ ଚାଲିଛନ୍ତି।
କିଛି ବର୍ଷ ହେଲା ସ୍କୁଲ କଲେଜର ଛାତ୍ରୀମାନଙ୍କୁ ଆମତ୍ରକ୍ଷା କୌଶଳ ଶିକ୍ଷା ଦିଆଯାଉଛି। କିନ୍ତୁ ଫଳ ଶୂନ। ୨ ବର୍ଷ ତଳେ ଗୁରୁଗାଓଁଠାରେ ଜଣେ ଜାତୀୟ ସ୍ତରର ଜୁଡୋ ଖେଳାଳିଙ୍କୁ ୨ ଜଣ ଯୁବକ ବଳାତ୍କାର କଲେ। ଏଠାରେ ପ୍ରଶ୍ନ ଉଠୁଛି ସେହି ଯୁବତୀଙ୍କୁ ଆମତ୍ରକ୍ଷା କୌଶଳ କ’ଣ ଜଣା ନ ଥିଲା? ସେ ତାକୁ କାହିଁକି ପ୍ରୟୋଗ କରିପାରିଲେ ନାହିଁ? ଅପରାଧୀଙ୍କୁ ମୁକାବିଲା କରିବାରେ ପୋଲିସ ପ୍ରଶାସନ ଯେଉଁଠି ବିଫଳ, ସେଠି ଆମତ୍ରକ୍ଷା କୌଶଳ କି କାମରେ ଲାଗିବ? ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ ସରକାରଙ୍କର ଏହା ଏକ ଅପଯୋଜନା।
ଆଜରବୈଜାନ୍‌, ଜାପାନ, ୟୁକ୍ରେନ୍‌, ହଂକଂ ଆଦି ଦେଶରେ ବଳାତ୍କାର ଘଟଣା ପ୍ରାୟ ଦେଖାଯାଏ ନାହିଁ। ସେହି ସବୁ ଦେଶରେ ବଳାତ୍କାରକୁ ଯଦି ନିୟନ୍ତ୍ରଣ କରାଯାଇ ପାରିଛି, ଆମ ଦେଶରେ କାହିଁକି ନ ହେବ? କିନ୍ତୁ କେହି ସମାଧାନର ସୂତ୍ରଟିଏ ଖୋଜି ପାଇପାରୁନାହାନ୍ତି। ପ୍ରଥମ କଥାଟି ହେଉଛି ରାଜନୈତିକ ସଦିଚ୍ଛା। ରାଜନୈତିକ ସଦିଚ୍ଛା ନ ଥିଲେ ଦେଶର କୌଣସି ସମସ୍ୟା ସମାଧାନ ହୋଇପାରିବ ନାହିଁ। ଆବଶ୍ୟକ ସଂଖ୍ୟାରେ ଫାଷ୍ଟଟ୍ରାକ୍‌ କୋର୍ଟ ଅଭାବରୁ ମାମଲାଗୁଡ଼ିକ ବର୍ଷ ବଷର୍ର୍ ଧରି ପଡ଼ିରହୁଛି। ଅଭିଯୁକ୍ତ ଫୁଲହାର ପକାଇ ରାଜରାସ୍ତାରେ ବୁଲୁଛି। ପୀଡ଼ିତା କାନ୍ଦୁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଆଇନର ଆବଶ୍ୟକତା ଅଛି। ବର୍ତ୍ତମାନ ବହୁଳ ବ୍ୟବହୃତ ଟିଭି ଓ ସ୍ମାର୍ଟ ଫୋନ୍‌ ଯୌନବାଦୀଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ଏଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଆଇନର ଆବଶ୍ୟକତା ଅଛି। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଆମେ ଆଇନକାନୁନ, ଫାଷ୍ଟ ଟ୍ରାକ୍‌ କୋର୍ଟ, ଆମତ୍ରକ୍ଷା କୌଶଳ ଭଳି ସହଜ ସୁଲଭ ପନ୍ଥା ଅନୁସରଣ କରୁଛନ୍ତି। ଅଥଚ ସୁସ୍ଥ ମାନସିକତା ସକାଶେ ସୁସ୍ଥ ସମାଜଟିଏ ଗଠନ କରିବା ଉପରେ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଏହା ଠିକ୍‌ ନଈରେ ହଜାଇ ପୋଖରୀରେ ଖୋଜିଲା ଭଳି ହେଉଛି।
ସୁତରାଂ ସମାଜରେ ବ୍ୟାପୁଥିବା ମହିଳାମାନଙ୍କ ପ୍ରତି ଅସଦାଚରଣ, ଯୌନ ଶୋଷଣ ଓ ବଳାତ୍କାର ଭଳି ବ୍ୟାଧିର ନିରାକରଣ ନିମିତ୍ତ ଏକ ସ୍ବତନ୍ତ୍ର କମିଶନ ଗଠନ ଜରୁରୀ ହୋଇପଡ଼ିଛି। ଏକାଧିକ ସଂଖ୍ୟାରେ ସମାଜ ବିଜ୍ଞାନୀ, ମନସ୍ତତ୍ତ୍ୱବିତ୍‌, ଶିକ୍ଷାବିତ୍‌, ସ୍ବେଚ୍ଛାସେବୀ ଓ ଆଇନ ବିଶାରଦମାନଙ୍କୁ ଏହି କମିଶନରେ ସଦସ୍ୟ ରଖିବା ଉଚିତ ମନେ ହେଉଛି। ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଉକ୍ତ କମିଶନ ତାହାର ସୁପାରିସ ପ୍ରଦାନକଲେ ହୁଏତ ସମସ୍ୟାଟିର ସମାଧାନ ନିମିତ୍ତ ରାସ୍ତାଟିଏ ଫିଟିଯିବ। ବହୁତ ଡେରି ହୋଇଗଲାଣି। ସରକାର ତୁରନ୍ତ ଏପରି କିଛି ପଦକ୍ଷେପ ଗ୍ରହଣ କରନ୍ତୁ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri