ଏଇ ଭାରତରେ

ଉଚ୍ଚଶିକ୍ଷା ଲାଭକରି ଚାକିରି ଆଶା ରଖିଥିବା ପଞ୍ଜାବର ଫୁମାନ ସିଂଙ୍କ ପାଇଁ ବାଧକ ସାଜିଥିଲା ଦାରିଦ୍ର୍ୟ। ସେ ବିଏ ଦ୍ୱିତୀୟ ବର୍ଷରୁ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ। ପରେ ସେ ଚାଷ ଆରମ୍ଭ କରିଥିଲେ। ୩୦ ବର୍ଷ ହେଲା ସେ ଗାଜର ଚାଷ କରିଆସୁଛନ୍ତି। କପୁରଥାଲାର ପରମଜିତପୁର ଗାଁର ଫୁମାନ ଏବେ ଚାଷରୁ ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରୁଛନ୍ତି। ଫୁମାନ ପ୍ରଥମେ ସାଢେ ଚାରି ଏକରରେ ଚାଷ ଆରମ୍ଭ କରି ତାହାକୁ ୩୭ ଏକରକୁ ବୃଦ୍ଧି କରିଛନ୍ତି। ଏହାବାଦ ଆଉ ୧୩ ଏକର ଜମି ଲିଜରେ ଆଣି ମୋଟରେ ସେ ୫୦ ଏକରର ଚାଷ କରୁଛନ୍ତି। ଏଥିପାଇଁ ସେ କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇଛନ୍ତି। ଫୁମାନ ଓ ତାଙ୍କ ଦୁଇ ଭାଇଙ୍କ ଚାଷଜମିକୁ ମିଶାଇଲେ ମୋଟ ୮୦ ଏକର ଜମିରେ ଗାଜର ଚାଷ ହେଉଛି। ସେଥିରୁ ଏହି ଚାଷରେ ଫୁମାନଙ୍କ ପୁଅ ମଧ୍ୟ ସହଯୋଗ କରୁଛନ୍ତି। ପ୍ରଥମେ ଫୁମାନ ଧାନ ଓ ଗହମ ଚାଷ କରିଥିଲେ। ଗୋ-ପାଳନ ମଧ୍ୟ କରିଥିଲେ। ହେଲେ ଲାଭ କମ୍‌ ହେବାକୁ ସେ ସବୁ ଛାଡ଼ି ଗାଜର ଚାଷ କରି ଅଧିକ ଲାଭ ପାଉଛନ୍ତି। ଆଖପାଖ ଅଞ୍ଚଳରେ ଗାଜର ଚାଷ ବଢାଇବା ଲାଗି ଏକ ସିଡ୍‌ ବ୍ୟାଙ୍କ କରିଛନ୍ତି। ସ୍ଥାନୀୟ ଲୋକେ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଚାଷୀମାନେ ତାଙ୍କଠାରୁ ଗାଜର ମଞ୍ଜି ନେଉଛନ୍ତି। ଏବେ ତାଙ୍କ ସିଡ୍‌ ବ୍ୟାଙ୍କରେ ଯେତିକି ବିହନ ମଞ୍ଜି ଅଛି ତାହା ୬୫୦ ଏକର ଚାଷ ହୋଇପାରିବ। ସେ ୧କେଜି ମଞ୍ଜିକୁ ୧,୦୦୦-୧,୫୦୦ ଟଙ୍କାରେ ବିକ୍ରି କରୁଛନ୍ତି। ତେବେ ୩୦ ବର୍ଷ ମଧ୍ୟରେ ଗାଜର ଚାଷ କେବେ ତାଙ୍କୁ କ୍ଷତିରେ ପକାଇ ନାହିଁ ବୋଲି କୁହନ୍ତି ଫୁମାନ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri