Posted inଖେଳ

ଦିନେ ଥିଲେ ଟିମ୍‌ର କ୍ୟାପ୍ଟେନ୍‌, ହେଲେ ଆଜି ସବୁ ଫର୍ମାଟ୍‌ରୁ ବ୍ୟାନ୍‌ କଲା କ୍ରିକେଟ୍‌ ବୋର୍ଡ

ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍‌ କିପର ଭାବେ ଜଣାଶୁଣା ନିରୋଶନ ଡିକ୍‌ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍‌ ୨୦୨୪ରେ ଏହି ଖେଳାଳି ଆଣ୍ଟି ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ସମସ୍ତ ଫର୍ମାଟରୁ ବ୍ୟାନ୍‌ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ କେଉଁ ପର୍ଯ୍ୟନ୍ତ ଲାଗୁ ରହିବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ । ତାଙ୍କ ଉପରେ ଅନିଶ୍ଚିତ କାଳ ପାଇଁ ବ୍ୟାନ୍‌ ଲଗାଯାଇପାରେ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଡିକ୍‌ୱେଲା ଘରୋଇ ଲଙ୍କା ପ୍ରିମିୟର ଲିଗ୍‌ରେ ଡୋପିଂ ଟେଷ୍ଟ ବେଳେ ଫେଲ୍‌ ହୋଇଥିଲେ । ସେ ଏଲ୍‌ପିଏଲ୍‌ରେ ଗାଲ ମାର୍ଭେଲ୍ସର ଅଧିନାୟକ ଥିଲେ । ଡିକୱେଲାଙ୍କ ନେତୃତ଼୍ବରେ ଗାଲ ମାର୍ଭେଲ୍ସ ଟିମ୍‌ ଲିଗ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲା। ଗ୍ରୁପ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ଥିଲା ଦଳ । ମାର୍ଭେଲ୍ସ ଏଲ୍‌ପିଏଲ୍‌ରେ ୮ଟି ମ୍ୟାଚ ଖେଳିଥିଲା । ସେଥିମଧ୍ୟରୁ ୫ ଟି ଜିତିଥିଲା । ଏହା ପରେ ମାର୍ଭେଲ୍ସ କ୍ୱାଲିଫାୟରରେ ଭଲ ପ୍ରଦର୍ଶନ କରିପାରିନଥିଲା ଏବଂ ଜାଫ୍ନା କିଙ୍ଗ୍ସ ବିପକ୍ଷ ମ୍ୟାଚ ହାରିଯାଇଥିଲା।

ଡିକୱେଲା ଲଙ୍କା ପ୍ରିମିୟର ଲିଗ ୨୦୨୪ରେ ୧୦ଟି ଇନିଂସରେ ମୋଟ ୧୮୪ରନ ସଂଗ୍ରହ କରିଥିଲେ। ଏହି ଅବଧି ମଧ୍ୟରେ ତାଙ୍କର ଷ୍ଟ୍ରାଇକ ହାର ୧୫୩.୩୩ ଥିଲା । ଏଥିରେ ଏକ ଅର୍ଦ୍ଧ ଶତକ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri