Categories: ଜାତୀୟ

ଅର୍ଥମନ୍ତ୍ରୀଙ୍କୁ ବିଷଧର ସର୍ପ ସହ ତୁଳନା କଲେ ଟିଏମ୍‌ସି ନେତା

ବାଙ୍କୁରା,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ଏକ ବିଷଧର ସର୍ପ ସହ ତୁଳନା କରିଛନ୍ତି ଜଣେ ଟିଏମ୍‌ସି ନେତା। ସେ କହିଛନ୍ତି କଳା ନାଗ କାମୁଡିଲେ ତା’ର ବିଷରେ ଯେମିତି ଲୋକଙ୍କର ମୃତ୍ୟୁ ହୁଏ ଠିକ୍‌ ସେହିପରି ଅର୍ଥମନ୍ତ୍ରୀ ଏବେ ଦେଶର ଅର୍ଥନୀତିକୁ ଉଜାଡି ଦେଇଛନ୍ତି। ସେ ତାଙ୍କ ପଦ ଛାଡିଦେବା ଉଚିତ ବୋଲି ଟିଏମ୍‌ସି ନେତା କହିଛନ୍ତି। ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀଙ୍କ ଏଭଳି ବିବାଦୀୟ ବୟାନ ପରେ ପ୍ରତିକ୍ରିୟା ରଖିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଭାଜପା କହିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଥିବା ନେତାମାନେ ନିଜର ସନ୍ତୁଳନ ହରାଇ ବସିଲେଣି। ହତାସ ହେବାରୁ ଏବେ ସେମାନଙ୍କ କଥାରେ ମଧ୍ୟ କିଛି ଠିକ୍‌ ଠିକଣା ରହୁନାହିଁ। ସୂଚନାଯୋଗ୍ୟ, ଇନ୍ଧନ ମୂଲ୍ୟ ବୃଦ୍ଧି ଓ ଅନ୍ୟ କେତେ ବିଷୟକୁ ନେଇ ବାଙ୍କୁରାରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ କଲ୍ୟାଣ ଏଭଳି ବୟାନ ଦେଇଥିଲେ।

Share