ଚୌଦ୍ୱାର,୫।୧: କଟକ ଜିଲା ନିର୍ଗୁଣ୍ଡି ଡବଲ ମର୍ଡର ମାମଲାରେ ଟାଙ୍ଗୀ ଥାନା ପୋଲିସ ସୋମବାର ଆଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ପୂର୍ୱରୁ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଥିଲେ। ହେଲେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଫେରାର ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ବର୍ତ୍ତମାନ ନିର୍ଗୁଣ୍ଡି ଡବଲ ମର୍ଡର ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି।
ସୂଚନା ଯୋଗ୍ୟ, ଅଭିଯୁକ୍ତମାନେ ଗତ ୩୦ ତାରିଖରେ ୨ ଜଣଙ୍କୁ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା।


