ନୀରବ ମୋଦିଙ୍କ ଭାଇଙ୍କ ନାଁରେ ସାଂଘାତିକ ଅଭିଯୋଗ

ନ୍ୟୁୟର୍କ,୨୦।୧୨: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀ ସହିତ ୨୬ ଲକ୍ଷ ଡଲାର (ପ୍ରାୟ ୧୯ କୋଟି ଟଙ୍କା) ଠକେଇ ଅଭିଯୋଗରେ ନେହାଲ ମୋଦିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏନେଇ କମ୍ପାନୀ ପକ୍ଷରୁ ନ୍ୟୁୟର୍କର ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଛି। ୨୦୧୫ରେ ୪୧ ବର୍ଷୀୟ ନେହାଲ ମୋଦି ଏକ ପ୍ରଦର୍ଶନୀ କରିବା ନାମରେ ନ୍ୟୁର୍ୟକର ଏକ ହୀରା କମ୍ପାନିଠାରୁ ୨୬ ଲକ୍ଷ ଡଲାରର ଏଲଏଲଡି ହୀରା ଆଣିଥଲେ । ହେଲେ ଏ ପର୍ଯ୍ୟନ୍ତ ସେ ହୀରା ଫେରାଇ ନ ଥିବା ସହ ଟଙ୍କା ମଧ୍ୟ ଦେଇ ନାହାନ୍ତି। ସୂଚନାଯୋଗ୍ୟ, ନେହାଲଙ୍କ ଭାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଠକି ନେି ବିଦେଶ ପଳାଇଥିଲେ।

Share