Posted inଜାତୀୟ

ନୀରବ, ଚୋକ୍‌ସିଙ୍କ ଦସ୍ତାବିଜ୍‌ ଜଳିଗଲା

ମୁମ୍ବାଇ,୨୯ା୪: ଦକ୍ଷିଣ ମୁମ୍ବାଇର ବାଲାର୍ଡ ଇଷ୍ଟେଟ୍‌ରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୋନ୍‌-୧ କାର୍ଯ୍ୟାଳୟରେ ରବିବାର ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଜଳିଯାଇଛି। ପାଖାପାଖି ୧୦ ଘଣ୍ଟା ନିଆଁ ଜଳିବା ଫଳରେ ଅନେକ ହାଇପ୍ରୋଫାଇଲ୍‌ ମାମଲାର ତଦନ୍ତ ରେକର୍ଡକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ନଷ୍ଟ ହୋଇଯାଇଥିବା ଫାଇଲ୍‌ଗୁଡ଼ିକ ମଧ୍ୟରେ ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସି, ନୀରବ ମୋଦି, ରାଜନେତା ଛଗନ ଭୁଜବଳ ଏବଂ ଅନିଲ ଦେଶମୁଖଙ୍କ ତଦନ୍ତ ରେକର୍ଡ ରହିଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।
କମ୍ପ୍ୟୁଟର, ଡକ୍ୟୁମେଣ୍ଟେଶନ ସମେତ କାର୍ଯ୍ୟାଳୟ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ତଦନ୍ତ ପ୍ରକ୍ରିୟାରେ ଏହାର କିଭଳି ପ୍ରଭାବ ପଡ଼ିବ, ତାହା ଅନିଶ୍ଚିତତା ମଧ୍ୟରେ ରହିଛି। କ୍ଷୟକ୍ଷତିର ଆକଳନ ଜାରି ରହିଛି। ଅଧିକାଂଶ ଦସ୍ତାବିଜ୍‌କୁ ଡିଜିଟାଇଜ୍‌ କରାଯାଇଥିବାରୁ ସେଗୁଡ଼ିକ ତଦନ୍ତରେ ସହାୟକ ହୋଇପାରେ ବୋଲି କୁହାଯାଉଛି। ତେବେ ଚାର୍ଜଶିଟ୍‌ ଦାଖଲ ବେଳେ କୋର୍ଟରେ ମୂଳ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହୋଇଥାଏ। ସମନ ହୋଇଥିବା ସାକ୍ଷୀମାନଙ୍କୁ ଜେରା ପ୍ରକ୍ରିୟା ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଫାଇଲ୍‌ଗୁଡ଼ିକ ଡିଜିଟାଲି ସଂରକ୍ଷିତ ହୋଇଥିବାରୁ ତଦନ୍ତ ଓ ବିଚାର ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ ବୋଲି ଇଡି କହିଛି।
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ୧୩,୮୫୦ କୋଟି ଟଙ୍କା ଋଣ ଜାଲିଆତିରେ ସମ୍ପୃକ୍ତ ଥାଇ ଦେଶ ଛାଡ଼ି ପଳାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଚଳିତ ମାସ ଆରମ୍ଭରେ ବେଲ୍‌ଜିୟମ୍‌ରୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri