ନିରଞ୍ଜନୀ ଆଖଡାର ସଚିବ ରବିନ୍ଦ୍ର ପୁରୀ କରୋନା ପଜିଟିଭ୍‌: ୧୭ରେ ଶେଷ ହେବ କୁମ୍ଭମେଳା

ହରିଦ୍ୱାର,୧୬।୪: କରୋନା ପ୍ରକୋପ ମଧ୍ୟରେ ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ସାହି ସ୍ନାନ ସମୟରେ ଲକ୍ଷାଧିକ ସାଧୁ ସନ୍ଥ ଏକାଠି ହୋଇଥିବା ବେଳେ କେତେଜଣ କରୋନାରେ ଆକ୍ରାନ୍ତ ମଧ୍ୟ ହୋଇସାରିଛନ୍ତି। ଏହିକ୍ରମରେ କୁମ୍ଭମେଳାରେ ସାମିଲ ହୋଇଥିବା ନିରଞ୍ଜନୀ ଆଖଡାର ସଚିବ ରବିନ୍ଦ୍ର ପୁରୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ହରିଦ୍ୱାରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ ଶୁକ୍ରବାର ପଞ୍ଚାୟତି ଆଖଡାର ସାଧୁ ଶ୍ରୀ ନିରଞ୍ଜନୀ ଏପ୍ରିଲ ୧୭ରେ ଏହି କୁମ୍ଭ ମେଳା ସମାପନ କରିବାକୁ ଘୋଷଣା କରିଛନ୍ତି।

Share