ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ନିରଞ୍ଜନ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୬: ରାଜ୍ୟ ସଭା ଏମ୍‌ପି ଭାବେ ଶୁକ୍ରବାର ନିରଞ୍ଜନ ବିଶି ଶପଥ ନେଇଛନ୍ତି। ତାଙ୍କୁ ଏହି ଶପଥପାଠ କରାଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ରାଜ୍ୟ ସଭା ଚାମ୍ବରରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସୂଚନାନୁଯାୟୀ, ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ହୋଇଥିବା ରାଜ୍ୟ ସଭା ଆସନର ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ନିରଞ୍ଜନ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ।

Share