ଏନ୍‌ଆଇପିଏଲ୍‌ର ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୨୨।୭: ନିକନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ଏନ୍‌ଆଇପିଏଲ୍‌)ର ନୂତନ ଉତ୍ପାଦ ‘ନିକନ୍‌ ଜେଡ୍‌-୮’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ହୋଟେଲ ଆଇଟିସି ୱେଲକମ୍‌ ପରିସରରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରଦଶନୀରେ ନିକନ୍‌ର ସର୍ବଶ୍ରେଷ୍ଠ ମିରର ଲେସ୍‌ ଇମେଜିଂ ମାଷ୍ଟରପିସ୍‌ ନିକନ୍‌ ଜେଡ୍‌-୮ ସହ ଅନ୍ୟ ମଡେଲଗୁଡିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ବିଶେଷକରି ମଡେଲଗୁଡିକର ଚମତ୍କାରିତା, ପୋର୍ଟେବିଲିଟି, ବହୁମୁଖିତା ଏବଂ ଶ୍ରେଷ୍ଠ-ଶ୍ରେଣୀର ଏଆଇ-ସକ୍ଷମ ବୈଶିଷ୍ଟ୍ୟଗୁଡିକର ଫ୍ୟୁଜନ ଇମେଜିଂ ଲ୍ୟାଣ୍ଡସ୍କେପ୍‌କୁ ଏକ ନୂତନ ସ୍ତରକୁ ନେବାକୁ କମ୍ପାନୀ ପକ୍ଷରୁ ପ୍ରୟାସ କରାଯାଇଛି। ଇମେଜିଂ ମାଷ୍ଟରପିସ୍‌ ନିକନ୍‌ ଜେଡ୍‌-୮ର ଅସାଧାରଣ ଇମେଜିଂ କାର୍ଯ୍ୟଦକ୍ଷତା, ପ୍ରଶଂସନୀୟ ସୁସଙ୍ଗତତା ଏବଂ ହାଇ-ସ୍ପିଡ୍‌ ଫ୍ରେମ କ୍ୟାପ୍‌ଚର ବୈଶିଷ୍ଟ୍ୟରେ ସମ୍ପୂର୍ଣ୍ଣ ରୂପେ ଏହା ପ୍ରତିଫଳିତ ହୋଇଛି। ପାୱାର ହାଉସ ନିକନ୍‌ ଜେଡ୍‌-୮ ଭିଡିଓ ୪କେ ୟୁଏଚ୍‌ଡି-୬୦ପି୨ରେ ୧୨୫ ମିନିଟ୍‌ ପର୍ଯ୍ୟନ୍ତ ଏବଂ ପ୍ରାୟ ୯୦ମିନିଟ୍‌ ପର୍ଯ୍ୟନ୍ତ ୮କେ ୟୁଏଚ୍‌ଡି-୩୦ପି୩ରେ ରେକର୍ଡିଂ କରିପାରିବ। ନିକନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସଜନ କୁମାର କହିଛନ୍ତି, ନିକନ୍‌ ଜେଡ୍‌-୮ କ୍ୟାମେରାରେ ଟପ୍‌-ନଚ୍‌ ୧୨ ବିଟ୍‌ ଆଭ୍ୟନ୍ତରୀଣ ୮କେ ଭିଡିଓ ରେକର୍ଡିଂ ଏବଂ ୧୨୦ ଏଫ୍‌ପିଏସ୍‌ ଦ୍ରୁତ ସ୍ପିଡ୍‌ ତଥା ସବୁଠାରୁ ଉନ୍ନତ ଅଟୋ ଏପରିକି ଏହାର ଫୋକସ ସିଷ୍ଟମ ଓ ବୈଶିଷ୍ଟ୍ୟ ସହିତ ଉକ୍ତ ହାଇବ୍ରିଡ୍‌ କ୍ୟାମେରାର କମ୍ପାକ୍ଟନେସ ଏବଂ ପୋର୍ଟେବିଲିଟି ସୁବିଧା ମଧ୍ୟ ରହିଛି। ଯେକୌଣସି ସମୟରେ ଏବଂ ଯେ କୌଣସିଠାରେ ଏହା ୧୦-ବିଟ୍‌ ଷ୍ଟିଲ୍‌ ଇମେଜ, ହାଇ-ରେସ୍‌ ଜୁମ୍‌, ସ୍କିନ୍‌ ସଫ୍ଟନିଂ, ପୋଟ୍ରେଟ ଇମ୍ପ୍ରେଶନ ବାଲାନ୍ସ ଆଦି ରହିଛି। ଏଥିରେ ନୂତନ ଏଚ୍‌ଏଲ୍‌ଜି (ଏଚ୍‌ଇଆଇଏଫ୍‌) ଫର୍ମାଟ ଭଳି ଆକର୍ଷଣୀୟ ବୈଶିଷ୍ଟ୍ୟ ସମେତ ଅଟୋ-ଫୋକସ ପାଇଁ ଇମ୍ପ୍ରେଶନ ସନ୍ତୁଳନ ଏବଂ ଉନ୍ନତ ଏଆଇ-ଆଲଗରିଦମ୍‌ ନିକନ୍‌ ଜେଡ୍‌-୮ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri