Posted inଜାତୀୟ

୬ ରାଜ୍ୟର ବାଦୁଡ଼ିଙ୍କଠାରେ ନିପା ଆଣ୍ଟିବଡ଼ି…

ନୂଆଦିଲ୍ଲୀ, ୬।୪ : ଦେଶର ଦକ୍ଷିଣ ରାଜ୍ୟରେ ଗତ ଚାରି ବର୍ଷ ମଧ୍ୟରେ ନିପା ଭାଇରସର ସଂକ୍ରମଣ ତିନି ଥର ହୋଇଛି। ୨୦୨୧ରେ କେରଳରେ ନିପା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା। ସମ୍ପ୍ରତି ଭାରତୀୟ ବୈଜ୍ଞାନିକମାନେ ୬ଟି ରାଜ୍ୟର ବାଦୁଡ଼ିଙ୍କଠାରେ ନିପା ପ୍ରତିରୋଧୀ ଆଣ୍ଟିବଡି ପାଇଛନ୍ତି। ସଂକ୍ରମଣ ହେବା ପରେ ଆଣ୍ଟିବଡି ବିକଶିତ ହୋଇଥାଏ। ତେବେ, ବାଦୁଡ଼ିଙ୍କ ମଧ୍ୟରୁ କୌଣସି ଜୀବନ୍ତ ଭାଇରସ ମିଳି ନାହିଁ।

ସୂଚନାନୁସାରେ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ବୈଜ୍ଞାନିକମାନେ କର୍ନାଟକ, ତାମିଲନାଡୁ, ତେଲେଙ୍ଗାନା, ଓଡିଶା, ପଣ୍ଡିଚେରୀ ଏବଂ କେରଳର ବାଦୁଡ଼ିଙ୍କୁ ଧରି ସେମାନଙ୍କ ରକ୍ତ ନମୁନା ନେଇ ଲ୍ୟାବରେ ପରୀକ୍ଷା କରିଥିଲେ। ପ୍ରାୟ ୨୦ ପ୍ରତିଶତ ବାଦୁଡ଼ିଙ୍କ ମଧ୍ୟରେ ନିପା ଭାଇରସ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବାଦୁଡ଼ିଗୁଡ଼ିକ ନିକଟ ଅତୀତରେ ନିପା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୫୭୩ ବାଦୁଡ଼ିଙ୍କ ଉପରେ ଏହି ଗବେଷଣା କରାଯାଇଥିଲା।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିଲୋଜିର ବରିଷ୍ଠ ବୈଜ୍ଞାନିକ ଡକ୍ଟର ପ୍ରୟାଗ ଯାଦବ କହିଛନ୍ତି ଯେ ଜାନୁୟାରୀରୁ ନଭେମ୍ବର ୨୦୧୯ ମଧ୍ୟରେ ୬ଟି ରାଜ୍ୟର ବାଦୁଡ଼ିଙ୍କଠାରୁ ଏହି ନମୁନା ସଂଗ୍ରହ କରାଯାଇଥିଲା। ଏଥି ସହିତ, ୨୫୫ ବାଦୁଡ଼ିଙ୍କ ରକ୍ତ ନମୁନା ନେଇ ସେରୋ-ପଜିଟିଭିଟି ପରୀକ୍ଷା ମଧ୍ୟ କରାଯାଇଥିଲା ।

ପରବର୍ତ୍ତୀ ସମୟରେ, ଫଳାଫଳଗୁଡିକର ଏକ ସମୀକ୍ଷାରୁ ଜଣାପଡିଛି ଯେ ୫୨ ଟି ବାଦୁଡ଼ିଙ୍କଠାରେ ନିପା ଭାଇରସ ବିରୁଦ୍ଧରେ ଆଣ୍ଟିବଡି ମିଳିଥିଲା। ଡକ୍ଟର ଯାଦବ କହିଛନ୍ତି ଯେ ମହାମାରୀ ସଂକ୍ରମଣ କରିବାର ନିପା ଭୂତାଣୁ ଅନ୍ୟତମ। ଅବଶ୍ୟ, ସଂକ୍ରମଣ ଦୃଷ୍ଟିରୁ କରୋନା ଭୂତାଣୁ ତୁଳନାରେ ଏହି ସଂକ୍ରମଣ ବହୁତ ଧୀର ବୋଲି ବୈଜ୍ଞାନିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ବିଷମିଶା କ୍ଷୀର ପିଇ ଶୋଇପଡ଼ିଲେ ପୁରା ପରିବାର, ସକାଳୁ ୫ଜଣଙ୍କ…

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର ମଥୁରାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହା ସମଗ୍ର ଅଞ୍ଚଳକୁ ଚକିତ କରିଦେଇଛି । ଜିଲାର ମହାବନ…

ତୈଳ ସଙ୍କଟ ଦେଖାଦେଲେ କେତେ ଦିନ ପର୍ଯ୍ୟନ୍ତ ରହିପାରିବ ଭାରତ? ଜାଣନ୍ତୁ ଦେଶରେ କେତେ ତେଲ ଗଚ୍ଛିତ ଅଛି

ନୂଆଦିଲ୍ଲୀ,୧୦।୨: ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର (୯ ଫେବୃଆରୀ, ୨୦୨୬) ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ଯେ ଭାରତରେ ୭୪ ଦିନ ପାଇଁ ତୈଳ…

ନିଜ ଦଳର ମନ୍ତ୍ରୀଙ୍କୁ ଘେରିଲେ ମୈଥିଳୀ ଠାକୁର: ଗୃହରେ ସମସ୍ତେ ଆଶ୍ଚର୍ଯ୍ୟ

ପାଟନା,୧୦।୧: ବିହାର ବିଧାନସଭାର ବଜେଟ ଅଧିବେଶନରେ ସରକାରୀ ହସ୍ପିଟାଲଗୁଡ଼ିକର ଶୋଚନୀୟ ଅବସ୍ଥା ପୁଣି ଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥର ଯୁବ ବିଧାୟକ ଏବଂ ପ୍ରସିଦ୍ଧ ଲୋକ…

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri