ସାଇକୃପାର ଆଉ ୧୯ ଛାତ୍ରୀଛାତ୍ର ପଜିଟିଭ୍‌

ଢେଙ୍କାନାଳ ଅଫିସ,୩।୧୨
ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ଆଉ ୧୯ ଛାତ୍ରୀଛାତ୍ର ଗୁରୁବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଗତ ୩ଦିନ ମଧ୍ୟରେ ମୋଟ୍‌ ୫୬ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ କର୍ମଚାରୀମାନେ କଲେଜ ସହ ହେଷ୍ଟଲକୁ ସିଲ୍‌ କରିଦେଇଛନ୍ତି। ଏଥିସହ ବିପର୍ଯ୍ୟୟ ପରିଚାଳନା, କୋଭିଡ୍‌ ନିୟମ ଉଲ୍ଲଂଘନ ଏବଂ ଅବହେଳା ପ୍ରଦର୍ଶନ ଅଭିଯୋଗରେ କଲେଜ ପରିଚାଳନା ପରିଷଦର ଚେୟାରମ୍ୟାନ ଅନ୍ନଦା କୁମାର ମହାନ୍ତିଙ୍କ ନାମରେ ପୌର ପରିଷଦ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ଦାଏର କରାଯାଇଛି। ଉକ୍ତ ଅଞ୍ଚଳକୁ ୧୦ ତାରିଖ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଜିଲାପାଳ ଘୋଷଣା କରିଛନ୍ତି। ହେଲେ ପୌରସଂସ୍ଥା ପକ୍ଷରୁ ଏ ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ୩ ଦିନ ତଳେ ଆବାସିକ ମହାବିଦ୍ୟାଳୟର ୪ ଛାତ୍ରୀଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ହଷ୍ଟେଲରେ ରହୁଥିବା ୨୬୦ ଜଣଙ୍କ ସ୍ବାବ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୧୦ ଜଣଙ୍କ ରିପୋର୍ଟ ବୁଧବାର ସନ୍ଧ୍ୟାରେ ଆସିଥିଲା। ୩୩ଜଣ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବାରୁ କର୍ତ୍ତୃପକ୍ଷ କଲେଜକୁ ଛୁଟି ଘୋଷଣା କରିଥିଲେ। ତେଣୁ ଗୁରୁବାର ସକାଳୁ ପିଲାମାନେ ହଷ୍ଟେଲ ଛାଡ଼ିବା ଆରମ୍ଭ କରିଦେଇଥିଲେ। ଏହାପରେ ପୌରସଂସ୍ଥା ପକ୍ଷରୁ କଲେଜ ଏବଂ ହଷ୍ଟେଲକୁ ସିଲ୍‌ କରାଯିବା ସହ ବାକିଥିବା ୫୦ ଛାତ୍ରୀଛାତ୍ରଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୯ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ଆବାସିକ ମହାବିଦ୍ୟାଳୟର ଏତେ ସଂଖ୍ୟକ ଛାତ୍ରୀଛାତ୍ର ହଠାତ୍‌ କରୋନାରେ ଆକ୍ରାନ୍ତ ହେବା ଘଟଣାକୁ ନେଇ ନିକଟରେ ଥିବା ଅନ୍ୟ କେତେକ ଘରୋଇ ଶିକ୍ଷାନୁଷ୍ଠାନ, ଅଭିଭାବକ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୂଚନାକୁ ନେଇ ପୌରସଂସ୍ଥା ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ। ପୌରସଂସ୍ଥା ପକ୍ଷରୁ ୫୬ ଆକ୍ରାନ୍ତ କୁହାଯାଉଥିବାବେଳେ ସ୍ବାସ୍ଥ୍ୟ ବିଭାଗ ୫୭ ବୋଲି କହୁଛି। କଲେଜ ପକ୍ଷରୁ ମଧ୍ୟ ପୌରସଂସ୍ଥାକୁ ସହଯୋଗ କରାଯାଉ ନାହିଁ। ଏ ସମ୍ପର୍କରେ ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି, କୋଭିଡ୍‌ ନିୟମ ଠିକ୍‌ ଭାବେ ଅନୁପାଳନ କରି ନ ଥିବାରୁ କଲେଜ ପରିଚାଳନା ପରିଷଦ ଚେୟାରମ୍ୟାନ ଓ ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉତ୍ତର ସନ୍ତୋଷଜନକ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆକ୍ରାନ୍ତମାନଙ୍କ ଘରକୁ ଯାଇ କଣ୍ଟାକ୍ଟ ଟ୍ରେସିଂ କରିବା ସହିତ ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଛନ୍ତି, ଗାଇଡ ଲାଇନ ଉଲ୍ଲଂଘନ ଏବଂ ଅବହେଳା ପ୍ରଦର୍ଶନ କରାଯାଇଥିବାରୁ ସାଇକୃପା ଆବାସିକ ମହାବିଦ୍ୟାଳୟ ପରିଚାଳନା ପରିଷଦ ଅଧ୍ୟକ୍ଷଙ୍କ ନାମରେ ଟାଉନ ଥାନାରେ ମାମଲା ଦାଏର କରାଯାଇଛି। ସଦର ଏସ୍‌ଡିପିଓ ବିକାଶ ବେଉରା କହିଛନ୍ତି, ପୌର ସଂସ୍ଥା କର୍ତ୍ତୃପକ୍ଷଙ୍କଠାରୁ ଅଭିଯୋଗ ପାଇଛୁ। ଥାନା ଅଧିକାରୀ ଅନୁପସ୍ଥିତ ଅଛନ୍ତି। ଖୁବ୍‌ଶୀଘ୍ର ମାମଲା ରୁଜୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri