ସାଇକୃପାର ଆଉ ୧୯ ଛାତ୍ରୀଛାତ୍ର ପଜିଟିଭ୍‌

ଢେଙ୍କାନାଳ ଅଫିସ,୩।୧୨
ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ଆଉ ୧୯ ଛାତ୍ରୀଛାତ୍ର ଗୁରୁବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଗତ ୩ଦିନ ମଧ୍ୟରେ ମୋଟ୍‌ ୫୬ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ କର୍ମଚାରୀମାନେ କଲେଜ ସହ ହେଷ୍ଟଲକୁ ସିଲ୍‌ କରିଦେଇଛନ୍ତି। ଏଥିସହ ବିପର୍ଯ୍ୟୟ ପରିଚାଳନା, କୋଭିଡ୍‌ ନିୟମ ଉଲ୍ଲଂଘନ ଏବଂ ଅବହେଳା ପ୍ରଦର୍ଶନ ଅଭିଯୋଗରେ କଲେଜ ପରିଚାଳନା ପରିଷଦର ଚେୟାରମ୍ୟାନ ଅନ୍ନଦା କୁମାର ମହାନ୍ତିଙ୍କ ନାମରେ ପୌର ପରିଷଦ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ଦାଏର କରାଯାଇଛି। ଉକ୍ତ ଅଞ୍ଚଳକୁ ୧୦ ତାରିଖ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଜିଲାପାଳ ଘୋଷଣା କରିଛନ୍ତି। ହେଲେ ପୌରସଂସ୍ଥା ପକ୍ଷରୁ ଏ ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ୩ ଦିନ ତଳେ ଆବାସିକ ମହାବିଦ୍ୟାଳୟର ୪ ଛାତ୍ରୀଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ହଷ୍ଟେଲରେ ରହୁଥିବା ୨୬୦ ଜଣଙ୍କ ସ୍ବାବ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୧୦ ଜଣଙ୍କ ରିପୋର୍ଟ ବୁଧବାର ସନ୍ଧ୍ୟାରେ ଆସିଥିଲା। ୩୩ଜଣ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବାରୁ କର୍ତ୍ତୃପକ୍ଷ କଲେଜକୁ ଛୁଟି ଘୋଷଣା କରିଥିଲେ। ତେଣୁ ଗୁରୁବାର ସକାଳୁ ପିଲାମାନେ ହଷ୍ଟେଲ ଛାଡ଼ିବା ଆରମ୍ଭ କରିଦେଇଥିଲେ। ଏହାପରେ ପୌରସଂସ୍ଥା ପକ୍ଷରୁ କଲେଜ ଏବଂ ହଷ୍ଟେଲକୁ ସିଲ୍‌ କରାଯିବା ସହ ବାକିଥିବା ୫୦ ଛାତ୍ରୀଛାତ୍ରଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୯ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ଆବାସିକ ମହାବିଦ୍ୟାଳୟର ଏତେ ସଂଖ୍ୟକ ଛାତ୍ରୀଛାତ୍ର ହଠାତ୍‌ କରୋନାରେ ଆକ୍ରାନ୍ତ ହେବା ଘଟଣାକୁ ନେଇ ନିକଟରେ ଥିବା ଅନ୍ୟ କେତେକ ଘରୋଇ ଶିକ୍ଷାନୁଷ୍ଠାନ, ଅଭିଭାବକ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୂଚନାକୁ ନେଇ ପୌରସଂସ୍ଥା ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ। ପୌରସଂସ୍ଥା ପକ୍ଷରୁ ୫୬ ଆକ୍ରାନ୍ତ କୁହାଯାଉଥିବାବେଳେ ସ୍ବାସ୍ଥ୍ୟ ବିଭାଗ ୫୭ ବୋଲି କହୁଛି। କଲେଜ ପକ୍ଷରୁ ମଧ୍ୟ ପୌରସଂସ୍ଥାକୁ ସହଯୋଗ କରାଯାଉ ନାହିଁ। ଏ ସମ୍ପର୍କରେ ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି, କୋଭିଡ୍‌ ନିୟମ ଠିକ୍‌ ଭାବେ ଅନୁପାଳନ କରି ନ ଥିବାରୁ କଲେଜ ପରିଚାଳନା ପରିଷଦ ଚେୟାରମ୍ୟାନ ଓ ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉତ୍ତର ସନ୍ତୋଷଜନକ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆକ୍ରାନ୍ତମାନଙ୍କ ଘରକୁ ଯାଇ କଣ୍ଟାକ୍ଟ ଟ୍ରେସିଂ କରିବା ସହିତ ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଛନ୍ତି, ଗାଇଡ ଲାଇନ ଉଲ୍ଲଂଘନ ଏବଂ ଅବହେଳା ପ୍ରଦର୍ଶନ କରାଯାଇଥିବାରୁ ସାଇକୃପା ଆବାସିକ ମହାବିଦ୍ୟାଳୟ ପରିଚାଳନା ପରିଷଦ ଅଧ୍ୟକ୍ଷଙ୍କ ନାମରେ ଟାଉନ ଥାନାରେ ମାମଲା ଦାଏର କରାଯାଇଛି। ସଦର ଏସ୍‌ଡିପିଓ ବିକାଶ ବେଉରା କହିଛନ୍ତି, ପୌର ସଂସ୍ଥା କର୍ତ୍ତୃପକ୍ଷଙ୍କଠାରୁ ଅଭିଯୋଗ ପାଇଛୁ। ଥାନା ଅଧିକାରୀ ଅନୁପସ୍ଥିତ ଅଛନ୍ତି। ଖୁବ୍‌ଶୀଘ୍ର ମାମଲା ରୁଜୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri