Categories: ଖେଳ

୮୦ ଫୁଟ ଗଭୀର କୂଅକୁ ୯ବର୍ଷର ଶିଶୁ ଫିଙ୍ଗି ଦେଲେ ଯୁବକ, ୩ ଦିନ ପରେ..

ଫିରୋଜାବାଦ୍‌,୧୦।୨: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ ଏହି ଉକ୍ତିର ଯଥାର୍ଥତା ଉତ୍ତର ପ୍ରଦେଶର ଫିରୋଜାବାଦରେ ଜିଲାରେ ସତ୍ୟ ସାବ୍ୟସ୍ତ ହୋଇଛି। ଏଠାରେ ଏକ ୯ ବର୍ଷୀୟ ବାଳକଙ୍କୁ ୮୦ ଫୁଟ୍‌ ଗଭୀର କୂଅରେ ଫିଙ୍ଗି ଦିଆଯାଇଥିଲା। ୩ ଦିନ ପର୍ଯ୍ୟନ୍ତ କୁନି ବାଳକ ଜଣଙ୍କ କୂଅ ଭିତରେ ଭୋକରେ ପଡି ରହିଥିଲେ। ବୁଧବାର ସକାଳୁ ତାଙ୍କ କାନ୍ଦ ଶୁଣି ସ୍ଥାନୀୟ କିଛି ଲୋକେ ପୋଲିସ ସହାୟତାରେ କୂଅରୁ ବାହାର କରାଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାରେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି। ସୂଚନାଯୋଗ୍ୟ,ପୀଡିତ ବାଳକ ରୋହିତ କୁମାର ଓରଫ ବାବୁ ଗତ ଫେବୃୟାରୀ ୭ ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଏପରିକି ସେ ନିଖୋଜ ଥିବା ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିଲା। କୂଅରୁ ଉଦ୍ଧାର ପରେ ବାଳକ ଜଣଙ୍କ ଗାଁର ଜଣେ ଯୁବକ ତାଙ୍କୁ କୂଅକୁ ଫିଙ୍ଗି ଦେଇଥିଲେ ବୋଲି ସେ କହିଛନ୍ତି।

Share