ଆଜି ଆଉ ୯ ମୁଣ୍ଡ ନେଲା କରୋନା: ଅଛନ୍ତି କଟକର ଜଣେ ୨୩ ବର୍ଷୀୟ ଯୁବକ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୯ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରୁ କଟକର ଜଣେ ୨୩ ବର୍ଷୀୟ ଯୁବକ ଓ ୭୨ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୭୩ ବର୍ଷୀୟ ବୃଦ୍ଧ, ୮୨ ବର୍ଷୀୟ ବୃଦ୍ଧ ଓ ୩୬ ବର୍ଷୀୟ ବ୍ୟକ୍ତି, ମୟୂରଭଞ୍ଜର ୬୦ ବର୍ଷୀୟ ବୃଦ୍ଧ, ସୁନ୍ଦରଗଡ଼ର ଜଣେ ୮୧ ବର୍ଷୀୟ ବୃଦ୍ଧ ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି।