ନିମିଶା-ମେରିନ-ସୋନିଆଙ୍କ କାହାଣୀ: ଦି କେରଲା ଷ୍ଟୋରି…

ମୁମ୍ବାଇ,୪।୫ : ଜିହାଦର ଚକିରେ ପେଷି ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦି କେରଲା ଷ୍ଟୋରି କେରଳର ପ୍ରେମ,ଧର୍ମାନ୍ତରୀକରଣ ଏବଂ ଆତଙ୍କବାଦ ସହ ଜଡିତ କାହାଣୀ ଏବେ ହେଡଲାଇନରେ ସ୍ଥାନ ପାଇଛି। ଫିଲ୍ମଟି ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇପଡିଛି। ବାସ୍ତବରେ, ଲଭ ଜିହାଦ ଏବଂ କେରଳରେ ଆତଙ୍କବାଦ ବୃଦ୍ଧି ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ କେତେକ ବିରୋଧ କରୁଛନ୍ତି। ଚଳଚ୍ଚିତ୍ରକୁ ନିଷିଦ୍ଧ କରାଯିବାକୁ ମଧ୍ୟ ଦାବି ହେଉଛି। ଏଥିପାଇଁ ଭେଟେରାନ ଓକିଲ ତଥା ପୂର୍ବତନ କଂଗ୍ରେସ ନେତା କପିଲ ସିବଲ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଏହି ଫିଲ୍ମର ପ୍ରଦର୍ଶନ ଉପରେ ରୋକ କରିବାକୁ ମନା କରି ଦେଇଛନ୍ତି। ଏହା ବ୍ୟତୀତ କେରଳ ହାଇକୋର୍ଟରେ ଏହି ଫିଲ୍ମର ସ୍କ୍ରିନିଂ ବନ୍ଦ କରିବାକୁ ଏକ ପିଟିଶନ ମଧ୍ୟ ଦାଖଲ କରାଯାଇଥିଲା।

ତେବେ ସମୁଦାୟ ୧୦ ଟି କଟ କରିବା ସହିତ ଏବଂ କିଛି ସଂଳାପ ହଟାଇବା ପରେ ସେନ୍ସର ବୋର୍ଡ ଫିଲ୍ମକୁ ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଅର୍ଥାତ ଏ ସାର୍ଟିଫିକେଟ ପାଇବା ଯୋଗୁ, ବର୍ତ୍ତମାନ ୧୮ ବର୍ଷରୁ କମ ପିଲାମାନେ ଏହି ଚଳଚ୍ଚିତ୍ର ଦେଖି ପାରିବେ ନାହିଁ। ତେବେ ଏହି ଚଳଚ୍ଚିତ୍ର ଘୃଣାର ବକ୍ତବ୍ୟକୁ ପ୍ରୋତ୍ସାହିତ କରୁଛି ବୋଲି ଏହାକୁ ବିରୋଧ କରାଯାଉଛି। ଭାରତର ସୁରକ୍ଷା ଏଜେନ୍ସି ଅନୁଯାୟୀ, କେରଳ ହେଉଛି ଦେଶର ଏକ ରାଜ୍ୟ, ଯେଉଁଠାରୁ ସର୍ବାଧିକ ୧୦୦ରୁ ୧୨୦ଜଣ ଲୋକ ଧର୍ମ ପରିବର୍ତ୍ତନ କରିବା ପରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ) ରେ ଯୋଗ ଦେଇଛନ୍ତି କିମ୍ବା ଏହି ଲୋକମାନେ ଏହି ଆତଙ୍କବାଦୀ ସଂଗଠନରେ ଯୋଗଦେବା ପାଇଁ ଯୋଜନା କରିଛନ୍ତି। ଏହି ଝିଅମାନଙ୍କ ମଧ୍ୟରୁ ଅନେକ ମୃତ କିମ୍ବା ଜେଲରେ କିମ୍ବା ଆତଙ୍କବାଦୀଙ୍କ ଯୌନଦାସ ଭାବରେ ସିରିଆ ଏବଂ ଆଫଗାନିସ୍ତାନରେ ଅଛନ୍ତି।

ଫିଲ୍ମରେ ନିମିଶା-ମୋରିନ-ସୋନିଆଙ୍କ କାହାଣୀକୁ ଅତି ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଛି। ସେମାନଙ୍କ ମଧ୍ୟରେ ପ୍ରଥମ ଝିଅର ନାମ ହେଉଛି ନିମିଷା ସମ୍ପତ। ଧର୍ମ ଅନୁଯାୟୀ ସେ ହିନ୍ଦୁ । ନିମିଶା କେରଳର କାସାରାଗୋଡରେ ଥିବା ଏକ କଲେଜରେ ଅଧ୍ୟୟନ କରୁଥିଲେ। ଏପରିକି ତାଙ୍କ ମାତାପିତା ଏବଂ ନିମିଶା ନିଜେ ମଧ୍ୟ କେବେ ଭାବି ନ ଥିଲେ ଯେ ଦିନେ ସେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଆତଙ୍କବାଦୀ ହୋଇଯିବେ। କିନ୍ତୁ, ଏହା ଘଟିଲା ଏବଂ ଏହା ପ୍ରେମ ଓ ସ୍ନେହରୁ ଆରମ୍ଭ ହେଲା। ଯେତେବେଳେ ନିମିଶା କାସାରାଗୋଡର ଏକ କଲେଜରେ ଦନ୍ତ ଚିକିତ୍ସକ ହେବାକୁ ଅଧ୍ୟୟନ କରୁଥିଲେ, ସେତେବେଳେ ସେ ଜଣେ ଯୁବକଙ୍କୁ ଭେଟିଥିଲେ ଯିଏ ଖ୍ରୀଷ୍ଟିଆନ ଥିଲେ। କିନ୍ତୁ, ପରେ ସେ ଇସଲାମ ଧର୍ମ ଗ୍ରହଣ କଲେ ଏବଂ ମୁସଲମାନ ହେଲେ। ସେ ଏପରି କରିଥିଲେ କାରଣ ସେ ରିଜୱାନ ଖାନ ନାମକ ଜଣେ ଆତଙ୍କବାଦୀଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ।
ଦୀର୍ଘ ଦିନର ଭଲ ପାଇବା ପରେ ନିମିଶା ସମ୍ପୃକ୍ତ ଯୁବକଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ଏବଂ ଦିନେ ଦୁହେଁ ହଠାତ କେରଳରୁ ନିଖୋଜ ହୋଇଯାଇଥିଲେ।

ଯେତେବେଳେ ନିମିଶାଙ୍କ ସନ୍ଧାନ ଆରମ୍ଭ ହେଲା, ସେତେବେଳେ ଜଣାପଡ଼ିଲା ନିମିଶା ନାମ ବଦଳାଇ ଫାତିମା ହୋଇ କେରଳ ଛାଡିଛନ୍ତି। ଯେତେବେଳେ ଏନଆଇଏ ଏହି ଘଟଣାର ଅନୁସନ୍ଧାନ କଲା, ସେତେବେଳେ ଏହା ଏକ ୨୧ ଜଣିଆ ଗୋଷ୍ଠୀ ବିଷୟରେ ସୂଚନା ପାଇଲା ଯେଉଁମାନେ ଏକ ସମୟରେ ଭାରତ ଛାଡିଥିଲେ ଏବଂ ଏହି ସମସ୍ତ ଲୋକ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେଇଥିଲେ। ଯେଉଁ ମାନଙ୍କ ମଧ୍ୟରେ ନିମିଶା ଅର୍ଥାତ ଫାତିମା ମଧ୍ୟ ଥିଲେ।
ସେହି ସମୟରେ ଏହି ଗୋଷ୍ଠୀରେ ମେରିନ ଜ୍ୟାକବ ନାମକ ଜଣେ ଖ୍ରୀଷ୍ଟିଆନ ଝିଅ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ, ଯେଉଁ ପୁଅ ନିମିଶାଙ୍କୁ ବିବାହ କରିଥିଲେ ଏବଂ ତାଙ୍କୁ ଫାତିମା କରିଥିଲେ ତାଙ୍କର ନିଜ ଭାଇ ଖ୍ରୀଷ୍ଟିଆନ ଧର୍ମ ଛାଡି ପ୍ରଥମେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ତା’ପରେ ସେ ମେରିନ ଜ୍ୟାକବଙ୍କୁ ବିବାହ କରିଥିଲେ। ସେ ମେରିନରୁ ମରିୟମ ନାମ ଗ୍ରହଣ କରିଥିଲେ। ଏହିପରି ଭାବରେ ମେରିନ ମଧ୍ୟ ହଠାତ କେରଳରୁ ଅଦୃଶ୍ୟ ହୋଇ ଆଇଏସ ଆତଙ୍କବାଦୀ ହେଲେ। ସମାନ ଗୋଷ୍ଠୀରେ ସୋନିଆ ସେବାଷ୍ଟିଆନ ନାମକ ଆଉ ଜଣେ ଝିଅ ଥିଲେ। ସେ ମଧ୍ୟ ଖ୍ରୀଷ୍ଟିଆନ ଥିଲେ। ସୋନିଆ ମଧ୍ୟ କାସାରାଗୋଡରୁ ନିଖୋଜ ହୋଇଯାଇଥିଲେ। ଏନଆଇଏ ଅନୁସନ୍ଧାନରୁ ଜଣାପଡିଥିଲା ସୋନିଆ ଅବଦୁଲ ରସିଦ ଅବଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ। ପରେ ଅବଦୁଲ ସୋନିଆଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ନାମ ପରିବର୍ତ୍ତନ କରି ଆୟେଶା କରିଥିଲେ। ଅବଦୁଲ ରସିଦ ଅବଦୁଲ୍ଲା ବୃତ୍ତିରେ ଜଣେ ଇଞ୍ଜିନିୟର ଥିଲେ। ସେ ବିହାରର ଜଣେ ଝିଅଙ୍କୁ ବିବାହ କରିସାରିଥିଲେ। ବିହାରର ଏହି ଝିଅଙ୍କର ନାମ ଥିଲା ୟସ୍ମିନ ମହମ୍ମଦ ଜାହିଦ। ଯେତେବେଳେ ଅବଦୁଲ ରସିଦ ସୋନିଆଙ୍କୁ ଆଇଏସରେ ସାମିଲ କରାଇ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଆଫଗାନିସ୍ତାନକୁ ନେବାକୁ ଚାହୁଁଥିଲେ। କିନ୍ତୁ, ଏନଆଇଏ ତାଙ୍କୁ ବିମାନବନ୍ଦରରୁ ଧରିଥିଲା। ଏହାପରେ ସମସ୍ତ କାହାଣୀ ଜଣାପଡ଼ିଥିଲା। ଏହି ଫିଲ୍ମକୁ ନେଇ ଏବେ ଦେଶର ରାଜନୈତିକ ମହଲରେ କର୍ନାଟକ ନିର୍ବାଚନ ପୂର୍ବରୁ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri