ଜିଲା ଦାବିରେ ନୀଳଗିରି ୧୨ଘଣ୍ଟା ବନ୍ଦ

ନୀଳଗିରି, ୪।୧୦(ପ୍ରଶାନ୍ତ ବିଶ୍ୱାଳ)ବାଲେଶ୍ୱର ଜିଲା ନୀଳଗିରିକୁ ଜିଲା ଦାବିରେ ମଙ୍ଗଳବାର ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ଡାକରାକୁ ନୀଳଗିରିର ଜନସାଧାରଣ ସମର୍ଥନ ଦେବା ସହ ଦୋକାନ ବଜାର, ସମସ୍ତ ଅଫିସ୍‌ ବନ୍ଦ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିଲା।
ନୀଳଗିରିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ ବିଭିନ୍ନ ସମୟରେ ସରକାରଙ୍କ ଠାରେ ଦାବି ହୋଇଆସୁଛି। ଗତ ସେପ୍ଟେମ୍ବର ୧୬ତାରିଖରେ ଏନେଇ ଏକ ବିଶାଳ ଜନସମାବେଶରେ ନୀଳଗିରିକୁ ତୁରନ୍ତ ସରକାର ଜିଲା ଘୋଷଣା କରନ୍ତୁ ବୋଲି ଦୃଢ଼ ଦାବି ମଧ୍ୟ ହୋଇଥିଲା। ନୀଳଗିରି ଉପଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ ପରିଣାମ ମିଳିପାରିଲା ନାହିଁ। ସ୍ବାଧୀନ ଭାରତରେ ରାଜତନ୍ତ୍ରର ବିଲୋପ କରି ପ୍ରଥମ ଗଡ଼ଜାତ ରାଜ୍ୟ ଭାବେ ସ୍ବାଧୀନ ଭାରତରେ ମିଶ୍ରଣ ସମୟରେ ନୀଳଗିରିକୁ ସ୍ବତନ୍ତ୍ର ଅଧିକାର ମିଳିବ ବୋଲି ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ନୀଳଗିରିକୁ ବିଶେଷ ଅଧିକାର ସ୍ବରୂପ ଜିଲା ମାନ୍ୟତା ପାଇବାକୁ ହକ୍‌ଦାର ବୋଲି ନୀଳଗିରି ଜିଲା କ୍ରିୟାନୁଷ୍ଠାନ କମିଟି ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ମତବ୍ୟକ୍ତ କରିଛନ୍ତି। ସ୍ବାଭିମାନୀ ନୀଳଗିରିବାସୀ ତାର ହକ୍‌ ପାଇଁ ଲଘୁଚାପଜନିତ ବର୍ଷାକୁ ଖାତିର ନ କରି ଜିଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନରେ ମଙ୍ଗଳବାର ସକାଳ ୬ଟାରୁ ବନ୍ଦ ଡାକରା ଦିଆଯାଇଥିଲା। ସମସ୍ତ ଅଫିସ୍‌ ଓ ଦୋକାନ ବଜାର ବନ୍ଦ ଥିବା ବେଳେ ୧୯ନଂ. ରାଜ୍ୟ ରାଜପଥ ନୀଳଗିରି ବାଇପାସ୍‌ ଛକଠାରେ ରାସ୍ତା ଉପରେ ବହୁ ଯାନବାହନ ଅଟକି ରହିଥିଲା। ପୂର୍ବତନ ବିଧାୟକ ଷଡ଼ଙ୍ଗୀଙ୍କ ସମେତ ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକ, କମ୍ୟୁନିଷ୍ଟ ନେତା କୈଳାସ ଚନ୍ଦ୍ର ପଣ୍ଡା, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ରାଧାଗୋବିନ୍ଦ ଖଟୁଆ, ମନୋରଞ୍ଜନ ବେହେରା, ଦୟାନିଧି ମିଶ୍ର, ବାଞ୍ଛାନିଧି ପାତ୍ର, ସୁରେଶ ବେହେରା, ପ୍ରଫୁଲ୍ଲ ବେହେରା, ଜଶବନ୍ତ ରାଉତ, ସୁଧାରଞ୍ଜନ ମହାପାତ୍ର, ଗଦାଧର ପରିଡ଼ା, କିଶୋର ଦାସ, କୃଷ୍ଣଚନ୍ଦ୍ର ନାୟକ, ଦେବେନ୍ଦ୍ର ପଣ୍ଡା ଓ ସୁରେଶ ଦାସ ପ୍ରମୁଖଙ୍କ ସମେତ ନୀଳଗିରି ଉପଖଣ୍ଡର ବିଭିନ୍ନ ପ୍ରାନ୍ତରୁ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିବା ସହ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କମିଟି ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri