ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ ନେଇ ଉଭୟ ଉତ୍ସାହ ଏବଂ ଆଶଙ୍କା ଦେଖାଦେଇଥିବା ବେଳେ ପ୍ରଶାସନ ଓ ପରିବେଶବିତ୍‌ଙ୍କ ମଧ୍ୟରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ (Ranger) ତ୍ରିନାଥ ସେଠୀଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାର ନୀଳଗିରି ଚାଷ ଉପରେ କୌଣସି ସିଧାସଳଖ କଟକଣା ଜାରି କରିନାହାଁନ୍ତି । ଚାଷୀମାନେ ନିଜର ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ପାଇଁ ଏହି ଚାଷ କରିପାରିବେ, ମାତ୍ର ଏହାକୁ ମୁଖ୍ୟ ଚାଷ ଜମିରେ ନୁହେଁ ବରଂ ଅନାବାଦୀ କିମ୍ବା ବାଡ଼ କଡ଼ରେ ଲଗାଇବାକୁ ପରାମର୍ଶ ଦିଆଯାଇଛି।

ଚଳିତ ବର୍ଷ କଳାହାଣ୍ଡି ଜିଲାପାଳ ମଧ୍ୟ ପ୍ରତି ନର୍ସରିରେ ୧୦% ନୀଳଗିରି ଚାରା ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଲୋକେ ନିଜର ଘରୋଇ ଉପକରଣ ଓ ଆବଶ୍ୟକତା ପାଇଁ ଏହାର ବ୍ୟବହାର କରିପାରିବେ। ତେବେ ଏହା ମଧ୍ୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । Environment Department of India (IG) ପକ୍ଷରୁ ପୂର୍ବରୁ ଏକ ପତ୍ର ଜାରି କରାଯାଇଥିଲା ଯେ, ନୀଳଗିରି ଲଗାଇବା ଦ୍ୱାରା ଭୂତଳ ଜଳସ୍ତର (Groundwater Level) ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ଏହାର ପତ୍ର ମାଟିରେ ପଡ଼ି ଅନ୍ୟ ଚାଷ ପାଇଁ ବାଧା ସୃଷ୍ଟି କରୁଛି । ଏହି ନିର୍ଦ୍ଦେଶ ପରେ ସମସ୍ତ ସରକାରୀ ସଂସ୍ଥା ନୀଳଗିରି ସମ୍ପର୍କିତ ବଡ଼ ଧରଣର ପ୍ରକଳ୍ପ ବନ୍ଦ କରିଦେଇଛନ୍ତି । ସରକାରୀ କଟକଣା ନଥିବାର ସୁଯୋଗ ନେଇ ବିଭିନ୍ନ ବେସରକାରୀ କମ୍ପାନୀମାନେ ଚାଷୀଙ୍କୁ ଋଣ ଏବଂ ଅଧିକ ପଇସାର ଲୋଭ ଦେଖାଇ ବ୍ୟାପକ ଭାବେ ଏହି ଗଛ ଲଗାଉଛନ୍ତି ।

କମ୍ପାନୀଗୁଡ଼ିକ ଚାଷୀଙ୍କ ମାଧ୍ୟମରେ ‘ଚାଷ’ର ରୂପ ଦେଇ ବ୍ୟବସାୟ କରୁଛନ୍ତି, ଫଳରେ ସେମାନଙ୍କୁ କୌଣସି ଆଇନଗତ ବାଧା ରହୁନାହିଁ । ଚାଷୀଙ୍କୁ ମାତ୍ର କିଛି ଟଙ୍କା ମିଳୁଥିବା ବେଳେ ଏହି ବେସରକାରୀ ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କାର କାଠ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଅଞ୍ଚଳରେ ନୀଳଗିରି ଚାଷ ପାଇଁ କୌଣସି ସ୍ପଷ୍ଟ ନିୟମାବଳୀ ନଥିବାରୁ ଏବଂ ଚାଷୀ ନିଜ ଜମିରେ ଏହା କରୁଥିବାରୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା କଷ୍ଟକର ହେଉଛି । ଯଦିଓ ନୀଳଗିରି ଚାଷ ଦ୍ୱାରା ତତ୍କାଳୀନ ଅର୍ଥ ମିଳୁଛି, କିନ୍ତୁ ଅଣ-ଓଡ଼ିଆ କମ୍ପାନୀଙ୍କ ମାଧ୍ୟମରେ ହେଉଥିବା ଏହି ବ୍ୟାପକ ବୃକ୍ଷରୋପଣ ଥୁଆମୂଳ ରାମପୁରର ଭୂତଳ ଜଳ ସମ୍ପଦକୁ ନଷ୍ଟ କରିଦେବ । ଚାଷୀମାନେ ଅନ୍ଧ ଭାବେ କମ୍ପାନୀର ଶିକାର ନହୋଇ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ଜରୁରୀ । ସରକାରଙ୍କ ପରାମର୍ଶ ଅନୁଯାୟୀ ଏହାକୁ କେବଳ ସୀମିତ ଘରୋଇ ବ୍ୟବହାରରେ ରଖିବା ହିଁ ଶ୍ରେୟସ୍କର ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri