ଟାଟା ହାତକୁ ଯିବ ନୀଳାଚଳ ଇସ୍ପାତ

ଯାଜପୁର ଅଫିସ/ଭୁବନେଶ୍ୱର,୧।୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)କୁ ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ୧୨,୧୦୦ କୋଟି ଟଙ୍କାରେ କିଣିବ। ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ର ଏହି ସଂସ୍ଥା ସର୍ବୋଚ୍ଚ ବିଡର ଭାବେ ବିବେଚିତ ହୋଇଛି। ଏହି ବିଡିଂକୁୁ କେନ୍ଦ୍ର ସରକାର ସୋମବାର ମଞ୍ଜୁରୀ ଦେଇଛନ୍ତି।
୧.୧ ମିଲିୟନ ଟନ୍‌ କ୍ଷମତାବିଶିଷ୍ଟ ଏନ୍‌ଆଇଏନ୍‌ଏଲ୍‌ କେନ୍ଦ୍ର ସରକାରଙ୍କ ୪ ଉଦ୍ୟୋଗ ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ବିଏଚ୍‌ଇଏଲ୍‌, ଏମ୍‌ଇସିଓଏନ୍‌ ଏବଂ ରାଜ୍ୟ ସରକାରଙ୍କ ୨ ଉଦ୍ୟୋଗ ଓଏମ୍‌ସି ଓ ଇପିକଲ ଦ୍ୱାରା ପରିଚାଳିତ। କିନ୍ତୁ ବ୍ୟାପକ କ୍ଷତିରେ ଚାଲୁଥିବା ଦର୍ଶାଯାଇ ଏହି ଯୌଥ ଉଦ୍ୟୋଗକୁ ୩୦ ମାର୍ଚ୍ଚ ୨୦୨୦ରୁ ବନ୍ଦ କରିଦିଆଯାଇଥିଲା। ନୀଳାଚଳ ଇସ୍ପାତ କାର୍ଯ୍ୟକ୍ଷମ ହେବା ଅନିଶ୍ଚିତତା ଭିତରେ ରହିଥିଲା। ତେଣୁ ୨୦୨୧ ଜାନୁୟାରୀ ୨୫ରେ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଡକାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏନ୍‌ଆଇଏନ୍‌ଏଲ୍‌ର ଋଣ ଓ ଅନ୍ୟାନ୍ୟ ଆର୍ଥିକ ବୋଝ ୬,୬୦୦ କୋଟିରେ ପହଞ୍ଚତ୍ଥିବାବେଳେ ଏହାକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ଏନେଇ ହୋଇଥିବା ନିଲାମରେ ଟିଏସ୍‌ଏଲ୍‌ପି ଏଚ୍‌-୧ ବିଡର ହେବା ସହ ଜିନ୍ଦଲ ଷ୍ଟିଲ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଭଳି କମ୍ପାନୀକୁ ପଛରେ ପକାଇ ଦେଇଛି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଦ୍ୱାରା କ୍ଷମତାପ୍ରାପ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ନିର୍ମଳା ସୀତାରାମନ ଏବଂ ପୀୟୂଷ ଗୋଏଲଙ୍କୁ ନେଇ ଗଠିତ ଅଲଟରନେଟ୍‌ ମେକାନିଜମ୍‌(ଏଏମ୍‌) ଟିଏସ୍‌ଏଲ୍‌ପିର ବିଡିଂକୁ ଅନୁମୋଦନ କରିଛି। ଏହି ଯୌଥ ଉଦ୍ୟୋଗରେ ଟିଏସ୍‌ଏଲ୍‌ପିର ୯୩.୭୧% ଶେୟାର ରହିବ। ଚୁକ୍ତି ସ୍ବାକ୍ଷର କରିବାକୁ ଟିଏସ୍‌ଏଲ୍‌ପିକୁ ଲେଟର୍‌ ଅଫ୍‌ ଇଣ୍ଟେଣ୍ଟ (ଏଲ୍‌ଓଆଇ) ପ୍ରଦାନ କରାଯାଇଛି।
ଏନ୍‌ଆଇଏନ୍‌ଏଲ୍‌ରେ ଓଡ଼ିଶା ସରକାରଙ୍କ ଓଏମ୍‌ସି ଏବଂ ଇପିକଲର ୩୪.୭୪ ପ୍ରତିଶତ ଅଂଶଧନ ଥିଲା। ଏହାର ଘରୋଇକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଛି। ବିକ୍ରି ସର୍ତ୍ତରେ ଏନ୍‌ଆଇଏନ୍‌ଏଲ୍‌ର କ୍ଷମତା ୫ ମିଲିୟନ ଟନ୍‌ ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ୩୦୦ କୋଟି ଟଙ୍କାର ହସ୍ପିଟାଲ ସହ ଟାଉନଶିପ କରିବାକୁ ଧାର୍ଯ୍ୟ ହୋଇଥିବା ଜଣାପଡିଛି।
ସୂଚନାଥାଉ କି, ଷ୍ଟିଲ୍‌ ମନ୍ତ୍ରଣାଳୟ ଅଧୀନରେ ୧୯୮୪ରେ ଏନ୍‌ଆଇଏନ୍‌ଏଲ୍‌ ପ୍ରତିଷ୍ଠା ହୋଇଥିଲ। ଏଥିପାଇଁ ପର୍ଯ୍ୟାୟକ୍ରମେ ନବେ ଦଶକରେ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିଲା। ୧୪ା୧୨ା୧୯୯୨ରେ ଏହି ପ୍ରକଳ୍ପକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ୧୨ା୪ା୧୯୯୪ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷର ହେବା ପରେ ୭.୭୨୯୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ହୋଇଥିଲା। ୫ ବର୍ଷ ମଧ୍ୟରେ ଏହାକୁ ସମନ୍ବିତ ଇସ୍ପାତ କାରଖାନା ଭାବେ ପ୍ରତିଷ୍ଠା ନ କଲେ ଏହା ପୁଣି କେନ୍ଦ୍ର ସରକାରଙ୍କ ଅଧୀନକୁ ଫେରିଯିବ ବୋଲି ବୁଝାମଣାରେ ସର୍ତ୍ତ ରହିଥିଲା। ତେବେ ସମୟକ୍ରମେ ରାଜ୍ୟ ସରକାର ଏହି କାରଖାନାକୁ ଚଳାଇବା ପାଇଁ ଏମ୍‌ଏମ୍‌ଟିସି ଓ ଅନ୍ୟ କେନ୍ଦ୍ରୀୟ ଉଦ୍ୟୋଗ ସହ ଭାଗୀଦାରି ହୋଇଥିଲେ। ୨୦୦୦ ମସିହାରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ଏଥିରେ ୬୬୮ ପରିବାରଙ୍କୁ ବିସ୍ଥାପିତ କରାଯାଇ ୪୫୨ ଜଣଙ୍କୁ ନିଯୁକ୍ତି ମିଳିଥିଲା। କିନ୍ତୁ ଉତ୍ପାଦନର ପ୍ରାୟ ଦୁଇ ଦଶନ୍ଧି ପରେ ମଧ୍ୟ ସମନ୍ବିତ ଇସ୍ପାତ କାରଖାନା ସ୍ବପ୍ନରେ ରହିଗଲା। କଳିଙ୍ଗନଗର ଶ୍ରମିକ ସଂଘ, ନୀଳାଚଳ ବିସ୍ଥାପିତ ସଂଘ, କଳିଙ୍ଗନଗର ମଜଦୁର ୟୁନିୟନ ଓ ନୀଳାଚଳ ନିର୍ବାହୀ ସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରି ବିଭିନ୍ନ ସମୟରେ ଘେରାଉ, ଆନ୍ଦୋଳନ, ଧାରଣା ଆଦି କରାଯାଇଥିଲା। ଇତିମଧ୍ୟରେ ନୀଳାଚଳରେ କାର୍ଯ୍ୟରତ ଅନେକ କର୍ମଚାରୀ ନିୟମିତ ଦରମା ନ ପାଇ ଭୋକ ଉପାସରେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବିସ୍ଥାପିତ ନେତା ବାବୁଲି ପୂର୍ତ୍ତି ଓ କଳିଙ୍ଗନଗର ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରତାପ ଜେନା କୁହନ୍ତି, ନୀଳାଚଳ ଟାଟା ହାତକୁ ଯାଇଥିବାରୁ କର୍ମଚାରୀ ଓ ବିସ୍ଥାପିତମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ବିସ୍ଥାପିତ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ନିଯୁକ୍ତି ଉପରେ କମ୍ପାନୀ ଗୁରୁତ୍ୱ ଦେଇ ଡାକ୍ତରଖାନା ଓ ଟାଉନଶିପ ନିର୍ମାଣରେ ତପତ୍ରତା ପ୍ରକାଶ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲରେ ସରକାରୀ ଜାଗା

ପଟ୍ଟାମୁଣ୍ଡାଇ,୯।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସରକାରୀ ଜାଗାକୁ ଜବରଦଖଲକାରୀମାନେ କବ୍‌ଜା କରିବାରେ ଲାଗିଛନ୍ତି। ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ବିଭାଗର ଜାଗା ଜବରଦଖଲ ହେଉଛି।...

ଖୋର୍ଦ୍ଧା ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ଖୋର୍ଦ୍ଧା ଅଫିସ,୧୨।୬-ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ। ବାଘମାରୀ ଥାନା ଭୋଗଡା ଗ୍ରାମରେ ଗତ ୨୫ ତାରିଖରେ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଲୁଟପାଟ...

କଲମପୁର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଲମପୁର,୩୧।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କଲମପୁର ବ୍ଲକ ପରିସରରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କଲମପୁର ବିଡିଓ ହେମ ସାଗର...

ଗଞ୍ଜାମରେ ୧୦ କରୋନା ଯୋଦ୍ଧା ସମେତ ୩୮ ପଜିଟିଭ୍‌

ଛତ୍ରପୁର,୨୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ରବିବାର ପୁଣି ୩୮ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଏଥିରେ ୧୦ ଜଣ କରୋନା ଯୋଦ୍ଧା, ୮ ଜଣ ଅନ୍ୟ ରାଜ୍ୟ...

ଖାଲି ଷ୍ଟାଡିୟମରେ ଖେଳାଯାଇପାରେ ଲକ୍ଷ୍ନୌ, କୋଲକାତା ଦିନିକିଆ ମ୍ୟାଚ୍‌

ନୂଆଦିଲ୍ଲୀ,୧୨।୩(ପି.ଟି.)- ଭାରତ ଓ ଦକ୍ଷିଣ ଦିନିକଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ।...

ବନ୍ୟା ସୁରକ୍ଷା ବନ୍ଧରୁ ବ୍ୟାପକ ଗଛକଟା: ବିପଦକୁ କରୁଛି ଆମନ୍ତ୍ରଣ

ଆନନ୍ଦପୁର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ବାମପାର୍ଶ୍ୱ ବନ୍ୟା ସୁରକ୍ଷାବନ୍ଧର ଫକୀରପୁରଠାରେ ବ୍ୟାପକ ଗଛ କଟାଯାଉଥିବା ପରିଲକ୍ଷିତ ହୋଇଛି। ଫଳରେ ବନ୍ଧ ପ୍ରତି ବିପଦକୁ ଆମନ୍ତ୍ରଣ...

ପ୍ରାତଃଭ୍ରମଣ ହେଲା କାଳ: ୨ ମହିଳାଙ୍କ ଗଲା ଜୀବନ, ୨ ଗୁରୁତର

ନୂଆଗାଁ,୧୪।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ସମ୍ପଡା ନୂଆସାହିଠାରେ ଗୁରୁବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ପ୍ରାତଃଭ୍ରମଣରେ ଯାଉଥିବା ସମୟରେ ପିକ୍‌ଅପ୍‌ ଧକ୍କା ଦେବାରୁ ୨...

ଯୌତୁକ ଜନିତ ମହିଳାଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

ହାଟଡିହୀ,୧୭।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଧୀନ ଖଳାଗଡିଆ ଗ୍ରାମର ଜଣେ ମହିଳାଙ୍କୁ ଯୌତୁକ ପାଇଁ ବିଷଦେଇ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ...

Advertisement
Archives

Model This Week