ଟାଟା ହାତକୁ ଯିବ ନୀଳାଚଳ ଇସ୍ପାତ

ଯାଜପୁର ଅଫିସ/ଭୁବନେଶ୍ୱର,୧।୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)କୁ ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ୧୨,୧୦୦ କୋଟି ଟଙ୍କାରେ କିଣିବ। ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ର ଏହି ସଂସ୍ଥା ସର୍ବୋଚ୍ଚ ବିଡର ଭାବେ ବିବେଚିତ ହୋଇଛି। ଏହି ବିଡିଂକୁୁ କେନ୍ଦ୍ର ସରକାର ସୋମବାର ମଞ୍ଜୁରୀ ଦେଇଛନ୍ତି।
୧.୧ ମିଲିୟନ ଟନ୍‌ କ୍ଷମତାବିଶିଷ୍ଟ ଏନ୍‌ଆଇଏନ୍‌ଏଲ୍‌ କେନ୍ଦ୍ର ସରକାରଙ୍କ ୪ ଉଦ୍ୟୋଗ ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ବିଏଚ୍‌ଇଏଲ୍‌, ଏମ୍‌ଇସିଓଏନ୍‌ ଏବଂ ରାଜ୍ୟ ସରକାରଙ୍କ ୨ ଉଦ୍ୟୋଗ ଓଏମ୍‌ସି ଓ ଇପିକଲ ଦ୍ୱାରା ପରିଚାଳିତ। କିନ୍ତୁ ବ୍ୟାପକ କ୍ଷତିରେ ଚାଲୁଥିବା ଦର୍ଶାଯାଇ ଏହି ଯୌଥ ଉଦ୍ୟୋଗକୁ ୩୦ ମାର୍ଚ୍ଚ ୨୦୨୦ରୁ ବନ୍ଦ କରିଦିଆଯାଇଥିଲା। ନୀଳାଚଳ ଇସ୍ପାତ କାର୍ଯ୍ୟକ୍ଷମ ହେବା ଅନିଶ୍ଚିତତା ଭିତରେ ରହିଥିଲା। ତେଣୁ ୨୦୨୧ ଜାନୁୟାରୀ ୨୫ରେ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଡକାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏନ୍‌ଆଇଏନ୍‌ଏଲ୍‌ର ଋଣ ଓ ଅନ୍ୟାନ୍ୟ ଆର୍ଥିକ ବୋଝ ୬,୬୦୦ କୋଟିରେ ପହଞ୍ଚତ୍ଥିବାବେଳେ ଏହାକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ଏନେଇ ହୋଇଥିବା ନିଲାମରେ ଟିଏସ୍‌ଏଲ୍‌ପି ଏଚ୍‌-୧ ବିଡର ହେବା ସହ ଜିନ୍ଦଲ ଷ୍ଟିଲ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଭଳି କମ୍ପାନୀକୁ ପଛରେ ପକାଇ ଦେଇଛି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଦ୍ୱାରା କ୍ଷମତାପ୍ରାପ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ନିର୍ମଳା ସୀତାରାମନ ଏବଂ ପୀୟୂଷ ଗୋଏଲଙ୍କୁ ନେଇ ଗଠିତ ଅଲଟରନେଟ୍‌ ମେକାନିଜମ୍‌(ଏଏମ୍‌) ଟିଏସ୍‌ଏଲ୍‌ପିର ବିଡିଂକୁ ଅନୁମୋଦନ କରିଛି। ଏହି ଯୌଥ ଉଦ୍ୟୋଗରେ ଟିଏସ୍‌ଏଲ୍‌ପିର ୯୩.୭୧% ଶେୟାର ରହିବ। ଚୁକ୍ତି ସ୍ବାକ୍ଷର କରିବାକୁ ଟିଏସ୍‌ଏଲ୍‌ପିକୁ ଲେଟର୍‌ ଅଫ୍‌ ଇଣ୍ଟେଣ୍ଟ (ଏଲ୍‌ଓଆଇ) ପ୍ରଦାନ କରାଯାଇଛି।
ଏନ୍‌ଆଇଏନ୍‌ଏଲ୍‌ରେ ଓଡ଼ିଶା ସରକାରଙ୍କ ଓଏମ୍‌ସି ଏବଂ ଇପିକଲର ୩୪.୭୪ ପ୍ରତିଶତ ଅଂଶଧନ ଥିଲା। ଏହାର ଘରୋଇକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଛି। ବିକ୍ରି ସର୍ତ୍ତରେ ଏନ୍‌ଆଇଏନ୍‌ଏଲ୍‌ର କ୍ଷମତା ୫ ମିଲିୟନ ଟନ୍‌ ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ୩୦୦ କୋଟି ଟଙ୍କାର ହସ୍ପିଟାଲ ସହ ଟାଉନଶିପ କରିବାକୁ ଧାର୍ଯ୍ୟ ହୋଇଥିବା ଜଣାପଡିଛି।
ସୂଚନାଥାଉ କି, ଷ୍ଟିଲ୍‌ ମନ୍ତ୍ରଣାଳୟ ଅଧୀନରେ ୧୯୮୪ରେ ଏନ୍‌ଆଇଏନ୍‌ଏଲ୍‌ ପ୍ରତିଷ୍ଠା ହୋଇଥିଲ। ଏଥିପାଇଁ ପର୍ଯ୍ୟାୟକ୍ରମେ ନବେ ଦଶକରେ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିଲା। ୧୪ା୧୨ା୧୯୯୨ରେ ଏହି ପ୍ରକଳ୍ପକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ୧୨ା୪ା୧୯୯୪ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷର ହେବା ପରେ ୭.୭୨୯୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ହୋଇଥିଲା। ୫ ବର୍ଷ ମଧ୍ୟରେ ଏହାକୁ ସମନ୍ବିତ ଇସ୍ପାତ କାରଖାନା ଭାବେ ପ୍ରତିଷ୍ଠା ନ କଲେ ଏହା ପୁଣି କେନ୍ଦ୍ର ସରକାରଙ୍କ ଅଧୀନକୁ ଫେରିଯିବ ବୋଲି ବୁଝାମଣାରେ ସର୍ତ୍ତ ରହିଥିଲା। ତେବେ ସମୟକ୍ରମେ ରାଜ୍ୟ ସରକାର ଏହି କାରଖାନାକୁ ଚଳାଇବା ପାଇଁ ଏମ୍‌ଏମ୍‌ଟିସି ଓ ଅନ୍ୟ କେନ୍ଦ୍ରୀୟ ଉଦ୍ୟୋଗ ସହ ଭାଗୀଦାରି ହୋଇଥିଲେ। ୨୦୦୦ ମସିହାରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ଏଥିରେ ୬୬୮ ପରିବାରଙ୍କୁ ବିସ୍ଥାପିତ କରାଯାଇ ୪୫୨ ଜଣଙ୍କୁ ନିଯୁକ୍ତି ମିଳିଥିଲା। କିନ୍ତୁ ଉତ୍ପାଦନର ପ୍ରାୟ ଦୁଇ ଦଶନ୍ଧି ପରେ ମଧ୍ୟ ସମନ୍ବିତ ଇସ୍ପାତ କାରଖାନା ସ୍ବପ୍ନରେ ରହିଗଲା। କଳିଙ୍ଗନଗର ଶ୍ରମିକ ସଂଘ, ନୀଳାଚଳ ବିସ୍ଥାପିତ ସଂଘ, କଳିଙ୍ଗନଗର ମଜଦୁର ୟୁନିୟନ ଓ ନୀଳାଚଳ ନିର୍ବାହୀ ସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରି ବିଭିନ୍ନ ସମୟରେ ଘେରାଉ, ଆନ୍ଦୋଳନ, ଧାରଣା ଆଦି କରାଯାଇଥିଲା। ଇତିମଧ୍ୟରେ ନୀଳାଚଳରେ କାର୍ଯ୍ୟରତ ଅନେକ କର୍ମଚାରୀ ନିୟମିତ ଦରମା ନ ପାଇ ଭୋକ ଉପାସରେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବିସ୍ଥାପିତ ନେତା ବାବୁଲି ପୂର୍ତ୍ତି ଓ କଳିଙ୍ଗନଗର ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରତାପ ଜେନା କୁହନ୍ତି, ନୀଳାଚଳ ଟାଟା ହାତକୁ ଯାଇଥିବାରୁ କର୍ମଚାରୀ ଓ ବିସ୍ଥାପିତମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ବିସ୍ଥାପିତ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ନିଯୁକ୍ତି ଉପରେ କମ୍ପାନୀ ଗୁରୁତ୍ୱ ଦେଇ ଡାକ୍ତରଖାନା ଓ ଟାଉନଶିପ ନିର୍ମାଣରେ ତପତ୍ରତା ପ୍ରକାଶ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?