ନୀଳାଚଳ ଘରୋଇକରଣ ପ୍ରସଙ୍ଗ: କଠିନ ହୋଇପାରେ ପରିଚାଳନା

ଯାଜପୁର ଅଫିସ,୧୦।୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)କୁ ଘରୋଇ କମ୍ପାନୀ ହାତରେ ଟେକିଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ୍‌ ଲଙ୍ଗ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ସର୍ବୋଚ୍ଚ ବିଡର ଭାବେ ବିବେଚିତ ହୋଇଛି। ନୀଳାଚଳ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଟାଟା ଷ୍ଟିଲ୍‌ ପକ୍ଷରୁ ୪ା୨ା୨୦୨୨ରେ ଏକ ୧୭ ଜଣିଆ କମିଟି ଗଠନ କରାଯାଇଛି। ତେବେ ବିଭିନ୍ନ ସ୍ତରରେ ୬,୬୦୦ କୋଟି ଟଙ୍କା କରଜ, ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା, ସୁରକ୍ଷା ବ୍ୟବସ୍ଥା, ପ୍ରଦୂଷଣ, ବିସ୍ଥାପିତ ସମସ୍ୟା, ଜମି ଅଧିଗ୍ରହଣ ଆଦି ପ୍ରସଙ୍ଗ ଟାଟା କମ୍ପାନୀ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ମତପ୍ରକାଶ ପାଇଛି।

କଳିଙ୍ଗନଗରରେ ୧୯୯୬ରେ ନୀଳାଚଳ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା। ତେବେ ୩୦ା୩ା୨୦୨୦ରେ ବିପୁଳ କ୍ଷତି ହେଉଥିବା ଦର୍ଶାଇ କାରଖାନାକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ କାରଖାନାରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଶ୍ରମିକ ପରିବାର ନାହିଁ ନ ଥିବା ଆର୍ଥିକ ଅନଟନର ସମ୍ମୁଖୀନ ହୋଇଥିଲେ। ଇତିମଧ୍ୟରେ ଟାଟା ଷ୍ଟିଲ୍‌ ଉକ୍ତ କାରଖାନାକୁ କିଣିବା ପରେ କର୍ମଚାରୀଙ୍କ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ କାରଖାନା ଚଳାଇବାକୁ ଟାଟା ଷ୍ଟିଲ୍‌ ସମ୍ମୁଖରେ ଏକାଧିକ ସମସ୍ୟା ରହିଛି। କାରଖାନା ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ବିଏଚ୍‌ଇଏଲ୍‌ ଓ ମେକନ ଏବଂ ରାଜ୍ୟ ସରକାରଙ୍କ ଓଏମ୍‌ସି ଓ ଇପିକଲ ଉଦ୍ୟୋକ୍ତାଙ୍କ ୪,୧୧୬ କୋଟି ଟଙ୍କା ଏବଂ ବ୍ୟାଙ୍କର ୧,୭୪୧ କୋଟି ଟଙ୍କା ବକେୟା ରହିଛି ା ଏହାବାଦ୍‌ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯାଇନାହିଁ। ବିଶେଷକରି କର୍ମଚାରୀ ନିଯୁକ୍ତିକୁ ନେଇ ଟାଟା ଷ୍ଟିଲ୍‌ ଚିନ୍ତାରେ ପଡ଼ିଥିବା ସୂଚନା ମିଳିଛି। କାରଖାନା ନିର୍ମାଣ ବେଳେ ଓ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କୁ କେତେକ ରାଜନୈତିକ ଚିଠା ମାଧ୍ୟମରେ ବେଆଇନ ନିଯୁକ୍ତି ମିଳିଛି। ଟାଟା ଷ୍ଟିଲ୍‌ର ନୀତି ଅନୁସାରେ ଏହାକୁ ସହଜରେ ଗ୍ରହଣ କରିବା ସମ୍ଭବ ନୁହେଁ ବୋଲି କମ୍ପାନୀର କର୍ମଚାରୀ ଓ ଅଧିକାରୀମାନେ କହିଛନ୍ତି। ଏପରି କି ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ପାଳନ ନ କରି କେତେଜଣ କର୍ମଚାରୀ ବେଆଇନ ଭାବେ ନିଯୁକ୍ତି ପାଇଛନ୍ତି। ଅନ୍ୟପକ୍ଷେ ଘରଦ୍ୱାର, ଜମି ହରାଇଥିବା ବିସ୍ଥାପିତମାନେ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରି କି କେତେଜଣ ବିସ୍ଥାପିତ ଚାକିରି ପାଇଥିଲେ ା କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ପରଲୋକ ଘଟିଥିଲା ା ସେମାନଙ୍କ ଉତ୍ତରାଧିକାରୀମାନେ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷେ ଚୁକ୍ତି ଅନୁସାରେ ୧ ବର୍ଷ ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଦର୍ଶାଯାଇଛି। ଏହାର ସୁଯୋଗରେ କେତେଜଣ ବେଆଇନ ନିଯୁକ୍ତି ପାଇଥିବା କର୍ମଚାରୀ ଭିଆର୍‌ଏସ୍‌ ନେଇ ମୁକୁଳିବା ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ନୀଳାଚଳ ମିଳିତ ମଞ୍ଚର ଆବାହକ ରଞ୍ଜନ ନାୟକ କୁହନ୍ତି, କର୍ମଚାରୀମାନଙ୍କ ନିଯୁକ୍ତି ନିଶ୍ଚିତ ହେବାର ଆବଶ୍ୟକତା ରହିଛି। ସମସ୍ତ କର୍ମଚାରୀଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ସ୍ଥାୟିତ୍ୱ ସହ ବିସ୍ଥାପିତ କର୍ମଚାରୀମାନଙ୍କ ସୁରକ୍ଷା ଓ ଆବଶ୍ୟକ ସୁବିଧା ପ୍ରଦାନ କରାଯିବା ଦରକାର ା ୨୦ ବର୍ଷ ଧରି କାର୍ଯ୍ୟ କରିଥିବା ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଦାବି ହୋଇଛି ା ତେବେ କମ୍ପାନୀ ସୁପରିଚାଳିତ ହେଲେ ଟାଟା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?