ପ୍ରଥମ ବିଜୟ ହାସଲ କଲେ ନିକ୍କି ହାଲି: ଟ୍ରମ୍ପଙ୍କୁ କଲେ ପରାସ୍ତ

ଓ୍ବାଶିଂଟନ୍‌,୪।୩: ରିପବ୍ଲିକାନ ପ୍ରାଥମିକ ନିର୍ବାଚନରେ ନିକ୍କି ହାଲି ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। କଲମ୍ବିଆରେ ଅନୁଷ୍ଠିତ ପ୍ରାଥମିକ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ନିକ୍କି ହାଲି ୨୦୨୪ର ପ୍ରଥମ ବିଜୟ ହାସଲ କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏଥିରେ ନିକ୍କି ହେଲି ଅନେକ ପ୍ରତିନିଧିଙ୍କ ସମର୍ଥନ ପାଇବେ ବୋଲି ଆଶା କରାଯାଉଛି। ଆମେରିକାର ଇତିହାସରେ ନିକ୍କି ହାଲି ପ୍ରଥମ ମହିଳା ହୋଇଛନ୍ତି, ଯିଏକି ରିପବ୍ଲିକାନ ପ୍ରାଥମିକ ନିର୍ବାଚନରେ ଜିତିଛନ୍ତି।
ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ପ୍ରାଥମିକ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏକପାଖିଆ ବିଜୟୀ ହୋଇଛନ୍ତି। ତେବେ କଲମ୍ବିଆରେ ତାଙ୍କୁ ଝଟ୍‌କା ଲାଗିଥିଲା। ଏହା ସତ୍ତ୍ୱେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପଙ୍କ ଦାବି ସବୁଠାରୁ ଶକ୍ତିଶାଳୀ। ମଙ୍ଗଳବାର ୧୬ଟି ରାଜ୍ୟରେ ପ୍ରାଥମିକ ର୍ନିବାଚନ ଅନୁଷ୍ଠିତ ହେବ। ଏହି ଦିନ ଟ୍ରମ୍ପ ଏବଂ ନିକ୍କି ହାଲିଙ୍କ ମଧ୍ୟରେ ପ୍ରତିଯୋଗିତାର ପରିସ୍ଥିତି ସ୍ପଷ୍ଟ ହୋଇପାରେ। ଅନେକ ପରାଜୟ ସତ୍ତ୍ୱେ ନିକ୍କି ହାଲି ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବାକୁ ମନା କରିଦେଇଥିଲେ। ବର୍ତ୍ତମାନ ପ୍ରଥମ ବିଜୟ ନିଶ୍ଚିତ ଭାବରେ ତାଙ୍କ ଅଭିଯାନ ଦଳକୁ ନୂତନ ଶକ୍ତି ଦେବ। କଲମ୍ବିଆର ସମସ୍ତ ୧୯ ପ୍ରତିନିଧୀଙ୍କ ସମର୍ଥନ ନିକ୍କି ହାଲି ହାସଲ କରିଥିଲେ।

Share