ଆମେରିକାର ଯେତେ ଶତ୍ରୁ, ସେଥିରୁ କମ୍ୟୁନିଷ୍ଟ ଚାଇନା ସବୁଠାରୁ ମଜଭୁତ: ହେଲି

ୱାଶିଂଟନ,୪ ।୩: ଆମେରିକାର ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀର ଦାବିବାର ନିକ୍କି ହେଲି ଚାଇନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମେରିକାର ଏବେ ପର୍ଯ୍ୟନ୍ତ ଯେତେ ବି ଶତ୍ରୁ ହୋଇଛନ୍ତି ସେଥିମଧ୍ୟରୁ କମ୍ୟୁନିଷ୍ଟ ଚାଇନା ସବୁଠରୁ ମଜଭୁତ ଓ ଅନୁଶାସନାତ୍ମକ ଶତ୍ରୁ । ୱାଶିଂଟନରେ ରିପବ୍ଲିକାନ ପାର୍ଟିର ବାର୍ଷିକ କାର୍ଯ୍ୟକ୍ରମରେ କଞ୍ଜରଭେଟିଭ ପଲଟିକାଲ ଆକ୍ସନ କନଫରେନ୍ସକୁ ସମ୍ବୋଧିତ କରୁଥିବା ବେଳେ ନିକ୍କି କହିଛନ୍ତି, ମୁଁ କେବେ ଭାବି ନ ଥିଲି ଆମେରିକା ନାଗରିକ ଆକାଶକୁ ଦେଖିବେ ଆଉ ସେମାନଙ୍କୁ ଚାଇନାର ଗୁଇନ୍ଦା ବେଲୁନ ନଜର ଆସିବ । ଏହା ସମ୍ପୂର୍ଣ୍ଣ ଦେଶ ପାଇଁ ଲଜ୍ୟାଜନକ କଥା । ନିକ୍କି ହେଲି ଆମେରିକାର ଶାସକ ଡେମୋକ୍ରେଟ ସରକାରଙ୍କର ବି ଆଲୋଚନା କରିଛନ୍ତି ।
ନିକ୍କି କହିଛନ୍ତି ଚାଇନାକୁ ଏହାର ଜବାବ ଦେବାକୁ ହେବ ଓ ଏହା କୋଭିଡଠାରୁ ଆରମ୍ଭ ହେବା ଦରକାର । ଆମକୁ ଏହା ବିରୋଧ କରିବାକୁ ହେବ ଯେ ଚାଇନ ଆମର ସୀମାରୁ ଫେଣ୍ଟାଲିନ ପଠାଉଛି । ସୂଚନାଯୋଗ୍ୟ, ଫେଣ୍ଟାଲିନ ଡ୍ରଗ୍ସରେ ବ୍ୟବହାର ହେଉଥିବା କେମିକାଲ । ୫୧ ବର୍ଷିୟ ହେଲି ଗତ ୧୪ ଫେବୃୟାରୀରେ ୨୦୨୪ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ପଦର ଦୌଡରେ ସାମିଲ ହେବାକୁ ଘୋଷଣା କରିଥିଲେ । ଏହାପରଠାରୁ ସେ ଚର୍ଚ୍ଚାରେ ରହି ଆସୁଛନ୍ତି ।

Share