Categories: ଜାତୀୟ

ପ୍ରଦୂଷଣ କରିବାରେ ଭାରତ ଏକ ନମ୍ବର କହିଥିଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି , ଧରାପଡିଲା ମିଛ

ନୂଆଦିଲ୍ଲୀ,୭।୬: ଆମେରିକାରେ ଆଗାମୀ ନିର୍ବାଚନରେ ରିପବ୍ଲିକ ପାର୍ଟିରୁ ରାଷ୍ଟ୍ରପତି ପାର୍ଥୀ ଭାବେ ମନୋନୀତ ହୋଇଥିବା ନିକ୍କି ହେଲି ଭାରତକୁ ସବୁଠାରୁ ଅଧିକ ପ୍ରଦୂଷଣ କରୁଥିବା ଦେଶ ବୋଲି ଦାବି କରିଥିଲେ। ତେବେ ଏହା ମିଛ ବୋଲି ପ୍ରମାଣିତ ହୋଇଛି। ହେଲି ଟ୍ବିଟ୍‌ କରି କହିଥିଲେ ଯେ, ଆମ ସମସ୍ତଙ୍କୁ ପର୍ଯ୍ୟାବରଣକୁ ରକ୍ଷା କରିବାକୁ ହେଲେ ଭାରତ ଏବଂ ଚାଇନାକୁ ଦୃଷ୍ଟି ଦେବାକୁ ପଡିବ। କାରଣ ଏହି ଦୁଇ ଦେଶ ଦ୍ୱାରା ସବୁଠାରୁ ଅଧିକ ପ୍ରଦୂଷଣ ବ୍ୟାପିଥାଏ।

ଏମିଶନ ଗ୍ୟାପ ରିପୋର୍ଟ ୨୦୨୨ ଅନୁଯାୟୀ, ଗ୍ରୀନ ହାଉସ ଗ୍ୟାସ(ଜିଏଚଜି) ନିର୍ଗମନରେ ଚାଇନା ପ୍ରଥମ ଏବଂ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଭାରତର ସ୍ଥାନ ତୃତୀୟ। ପ୍ରତି ବ୍ୟକ୍ତିରେ ଜଣେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ଆମେରିକା ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଦେଖିଲେ ସେହି ହିସାବରେ ୩ଟନ୍‌ରୁ ବି କମ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନ କରି ଭାରତ ୮ନମ୍ବରରେ ରହିଛି।

ଏଠାରେ କହି ରଖୁଛୁ, ୪ ନଭେମ୍ବର ୨୦୨୦ରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ୨୦୧୫ ପ୍ୟାରସ୍‌ ଜଳବାୟୁ ଚୁକ୍ତିନାମାରୁ ଦୂରେଇ ରଖିଥିଲେ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରୀ ୨୦୨୧ରେ ଏହି ଚୁକ୍ତିନାମାରେ ସାମିଲ୍‌ ହେବା ପାଇଁ ଘୋଷଣା କରିଥିଲେ।

Share